Latest Odisha News

BREAKING NEWS

ଚଳିତ ବର୍ଷ ସୀମିତ ହେବ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ!

କଟକ: ଦକ୍ଷିଣ ଓଡିଶାରେ ଵନ୍ୟା ବିପର୍ଯ୍ୟୟ ପାଇଁ ଚଳିତ ବର୍ଷ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଡମ୍ବରକୁ ସୀମିତ ରଖିଵା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ପ୍ରଭାବିତ ଲୋକଙ୍କୁ ସମବେଦନା ଜଣାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ସହ ବାଲିଯାତ୍ରାରେ କୌଣସି ପ୍ରକାର ଅଘଟଣ ଘଟିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ବିଭାଗକୁ ନେଇ ସ୍ବତନ୍ତ୍ର ବିପର୍ଯ୍ୟୟ ପ୍ରଶମନ ସେଲ୍ କରାଯିଵ।

ଏହା ବ୍ୟତୀତ ଚଳିତ ବର୍ଷ ବାଲିଯାତ୍ରାରେ ମହାନଦୀରେ ଅନ୍ତର୍ଜାତୀୟ ନୌଚାଳନା ପ୍ରତିଯୋଗିତା କରିଵା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଚଳିତ ବର୍ଷ କଟକ ବାଲିଯାତ୍ରା ନଭେମ୍ବର ୨୪ ତାରିଖରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍‌ଘାଟିତ ହେବାର କାର୍ଯ୍ୟକ୍ରମ ରହିଛି। ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଓରମାସ୍ (ORMAS) ଷ୍ଟଲ୍ ଏବଂ ମହାନଦୀରେ ଜଳକ୍ରୀଡ଼ା ଆଦି ଆୟୋଜନ ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଗତ ଅକ୍ଟୋବର ମାସ ଶେଷ ଭାଗରେ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାରେ ରିଲିଫ୍ ବଣ୍ଟନ ଏବଂ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି।

Leave A Reply

Your email address will not be published.