Latest Odisha News

BREAKING NEWS

“ଗଣତନ୍ତ୍ର ବଞ୍ଚାଓ-ଅରାଜକତା ହଟାଓ” ପଦଯାତ୍ରା: ବିରୋଧୀଙ୍କୁ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର: ‘ଗଣତନ୍ତ୍ର ବଞ୍ଚାଅ-ଅରାଜକତା ହଟାଅ’ ଅଭିଯାନ ଅଧୀନରେ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ଦିନ ରାଜଧାନୀରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରିଥିଲା। ଦେଶର ଗଣତନ୍ତ୍ର, ସମ୍ବିଧାନ ଏବଂ ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ “ଗଣତନ୍ତ୍ର ବଂଚାଅ – ଅରାଜକତା ହଟାଅ” ଅଭିଯାନ ଅନ୍ତର୍ଗତ ପଦଯାତ୍ରାର ନେତୃତ୍ୱ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଦଳର ଜାତୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ ନେଇଥିଲେ।

ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ “ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ ଅଭିଯାନ” ବିଶାଳ ପଦଯାତ୍ରା ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରୁ ଆରମ୍ଭ ହୋଇ ବାଣୀବିହାର ଠାରେ ଶେଷ ହୋଇଯାଇଛି । ଏହି ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସୁଧାଂଶୁ ତ୍ରିବେଦୀ ସାମିଲ ହୋଇଥିଲେ। ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ରଙ୍କ ସମେତ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ବାବୁ ସିଂ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସଂପାଦକ ସରୋଜ କରଙ୍କ ସମେତ ଜିଲ୍ଲା ତଥା ରାଜ୍ୟର ଅନେକ ନେତୃବୃନ୍ଦ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ମୋଦି ସରକାରରେ ଆର୍ଥିକ ବିକାଶ ସହିତ ଦେଶରେ ଦାରିଦ୍ର‌୍ୟ ହ୍ରାସ ପାଉଛି । ଯାହାକୁ କିଛି ବାହ୍ୟ ଶକ୍ତି ବିରୋଧ କରୁଛନ୍ତି । କଂଗ୍ରେସ ଓ କେତେକ ବିରୋଧୀ ଦଳ ଦେଶର ଏହି ପ୍ରଗତିକୁ ସହି ନପାରି ଅରାଜକତା ସୃଷ୍ଟି କରିବାର ଅପଚେଷ୍ଟା କରୁଛନ୍ତି । ଏଥିରେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଏହାର ନେତା ରାହୁଲ ଗାନ୍ଧୀଙ୍କ ଭୂମିକା ଓ ପ୍ରତ୍ୟକ୍ଷ ସଂପୃକ୍ତି ରହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ରାଷ୍ଟ୍ରହିତ ପାଇଁ ଅତ୍ୟନ୍ତ କ୍ଷତିକାରକ ।

ଭୋଟର ତାଲିକା ଏବଂ ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗକୁ ନେଇ ବିଜେପି ନେତାମାନେ କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରିଥିଲେ। କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୈାହ୍ୱାନ କହିଛନ୍ତି ଯେ; ଦେଶର ସେନା, ସାମ୍ବିଧାନିକ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡିକୁ ମିଛଟାରେ ବଦନାମ କରିବା ଭଳି ହୀନ କାର୍ଯ୍ୟରେ ରାହୁଲ ଗାନ୍ଧୀ, କଂଗ୍ରେସ ଦଳ ଓ ଇଣ୍ଡି ମେଂଟ ଦେଶ ବିରୋଧୀ ତତ୍ୱ ସହ ହାତ ମିଳାଇ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦେଶବାସୀ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ।

ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ.ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ; କଂଗ୍ରେସ ଯେଉଁଠି ନିର୍ବାଚନ ଜିତୁଛି ସେଠାରେ ଇଭିଏମ୍ ଓ ନିର୍ବାଚନ ଆୟୋଗ ଠିକ୍ ଲାଗୁଥିବା ବେଳେ, ବିଜେପି ଜିତିଲେ ଭୋଟ୍ ଚୋରି ହେଉଛି ବୋଲି ଅଭିଯୋଗ ଆଣିବା ସେମାନଙ୍କ ଦୋମୁହାଁ ନୀତିର ପରିଚୟ । ଓଡ଼ିଶାରେ ସମେତ ଗୁଜରାଟ, ମହାରାଷ୍ଟ୍ର, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ କ୍ରମାଗତ ନିର୍ବାଚନୀ ପରାଜୟ ଓ ରାଜନୈତିକ ଦେବାଳିଆପଣକୁ ହଜମ କରିନପାରି କଂଗ୍ରେସ ନେତାମାନେ ହତାଶ ହୋଇପଡ଼ିଛନ୍ତି । କଂଗ୍ରେସର ନିରାଶାଭାବ ପଦାରେ ପଡ଼ିଛି । ନିଜର ବିଫଳତା ଲୁଚାଇବା ପାଇଁ ସେମାନେ ସଂସଦ ଠାରୁ ସଡ଼କ ପର୍ଯ୍ୟନ୍ତ ‘ଭୋଟ୍ ଚୋରି’ର ମିଥ୍ୟା ନାଟକ ରଚୁଛନ୍ତି । ଦୀର୍ଘ ଦିନର କ୍ଷମତାରୁ ବାହାରେ ରହିବାର ଓ ହତାଶାର ପ୍ରଳାପ କରୁଛି କଂଗ୍ରେସ ।

Leave A Reply

Your email address will not be published.