Latest Odisha News

BREAKING NEWS

ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲା; ୨ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିଲକିସ ବାନୋ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏହି ମାମଲାରେ ୨ ଜଣ ଦୋଷୀଙ୍କ ଆଜୀବନ ଜେଲଦଣ୍ଡାଦେଶ ନିଲମ୍ବନ କରିବା ସହ ସେମାନଙ୍କୁ ଜାମିନ ମଧ୍ୟ ମଞ୍ଜୁର କରିଛନ୍ତି କୋର୍ଟ ।

କୋର୍ଟ କହିଛନ୍ତି ଯେ, ଏହି ଦୁଇ ଜଣ ଦୀର୍ଘ ୧୭ ବର୍ଷରୁ ଅଧିକ ସମୟ ଜେଲରେ ରହିସାରିଲେଣି ଓ ସେମାନଙ୍କ ଆବେଦନରେ ଏପରି ତଥ୍ୟ ଓ ଆଇନଗତ ପ୍ରସଙ୍ଗ ଅଛି ଯାହା ବିଚାରଯୋଗ୍ୟ । ଏହା ସହିତ କୋର୍ଟ ଏଥିପ୍ରତି ମଧ୍ୟ ଧ୍ୟାନ ଦେଇଛନ୍ତି ଯେ ଆବେଦନକାରୀଙ୍କ ମଧ୍ୟରୁ ଅନ୍ୟତମ ଯୋଶୀ ଗୁରୁତର ରୂପେ ବିକଳାଙ୍ଗ । ଜଷ୍ଟିସ୍ ଏମ.ଏସ୍.ସୁନ୍ଦରେସ ଓ ଜଷ୍ଟିସ୍ ପ୍ରସନ୍ନା ବି. ବରାଳେଙ୍କ ପୀଠ ଏହି ମାମଲାରେ ଅକ୍ଟୋବର ୨୮ ତାରିଖ ଦିନ ଆଦେଶ ଶୁଣାଇଥିଲେ ।

ଏହି ମାମଲାର ୨ ଜଣ ଦୋଷୀ ବିପିନ ଚନ୍ଦ ଯୋଶୀ ଓ ପ୍ରଦୀପ ମୋରଧିୟା ସେହି ୧୧ ଜଣଙ୍କ ମଧ୍ୟରେ ସାମିଲ ଯେଉଁମାନଙ୍କ ସମୟପୂର୍ବ ମୁକ୍ତିକୁ ସୁପ୍ରିମକୋର୍ଟ ୮ ଜାନୁୟାରୀ ୨୦୨୪ରେ ବାତିଲ କରିଦେଇଥିଲେ । ସେମାନେ ବମ୍ବେ ହାଇକୋର୍ଟର ମେ ୨୦୧୭ରର ସେହି ରାୟକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଓ ଜେଲଦଣ୍ଡାଦେଶକୁ ବଳବତ୍ତର ରଖା ଯାଇଥିଲା ।

ସୂଚନାଯୋଗ୍ୟ, ୨୦୦୨ ଗୁଜରାଟ ଦଙ୍ଗା କାଳରେ ଯେତେବେଳେ ବିଲକିସ ବାନୋଙ୍କ ସହିତ ଗଣଦୁଷ୍କର୍ମ ହୋଇଥିଲା ସେତେବେଳେ ସେ ୫ ମାସର ଗର୍ଭବତୀ ଥିଲେ । ସେହିପରି ତାଙ୍କର ୩ ବର୍ଷର ଝିଅ ସମେତ ପରିବାରର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.