Latest Odisha News

BREAKING NEWS

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ;୨ଜଣଙ୍କୁ ଉଠାଇ ନେଲା ଭିଜିଲାନ୍ସ

ବାଲେଶ୍ଵର: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୨ ଜଣଙ୍କୁ ଉଠାଇ ନେଇଛି ବାଲେଶ୍ଵର ଭିଜିଲାନ୍ସ ପୋଲିସ । ସେମାନେ ହେଲେ ସରୋଜ କୁମାର୍ ଗିରି ଆସିଷ୍ଟାଣ୍ଟ ଏଗ୍ରିକଲଚର ଡାଇରେକ୍ଟର ଓ ତୁଷାରକାନ୍ତ ବେହେରା। ଉଭୟଙ୍କୁ ଭିଜିଲାନ୍ସ ଉଠାଇ ଆଣି ପଚରାଉଚରା କରୁଥିବା ଜଣାପଡିଛି। ଏନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି।

ତୁଷାରକାନ୍ତ ବେହେରା ଶକ୍ତି ଶିକ୍ଷା ଏନ୍ ଜି ଓର ବାରିପଦାର ନିର୍ଦ୍ଦେଶକ ଓ ସରୋଜ ବାଲେଶ୍ଵରରେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ଯାଜପୁରରେ କାର୍ଯ୍ୟରତ ଅଛନ୍ତି। ବାଲେଶ୍ଵରରେ ଥିବା ବେଳେ ଚାଷୀମାନଙ୍କର ବିଭିନ୍ନ ପ୍ରଶିକ୍ଷଣ ପାଇଁ ଆସିଥିବା ୨୫ ଲକ୍ଷ ଟଙ୍କାକୁ ଚାଷୀଙ୍କ ନିମନ୍ତେ ଖର୍ଚ୍ଚ ନକରି ଏନଜିଓ ମାଧ୍ୟମରେ ହଡ଼ପ କରାଇଥିବା ଜଣା ପଡ଼ିଛି।

Leave A Reply

Your email address will not be published.