Latest Odisha News

BREAKING NEWS

କୋଟିଆ ଓ ବନ୍ୟା ପ୍ରସଙ୍ଗରେ କମ୍ପିଲା ବିଧାନସଭା, ୪ଟା ଯାଏଁ ଗୃହ ମୁଲତବୀ 

ଭୁବନେଶ୍ୱର : ଓଡିଶା ବିଧାନସଭା ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରଗାନରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଣିଥିଲେ।

ଏଥିସହିତ ଗୃହର ଚାରି ଜଣ ଦିବଂଗତ ସଦସ୍ୟ ଓ ନିକଟରେ ଘଟିଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା କନ୍ଧମାଳ, ଗଞ୍ଜାମବାସୀଙ୍କ ପାଇଁ ଶୋକ କରିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ ଶୋକକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା, ସିପିଆଇଏମ ଦଳ ସଦସ୍ୟ ସମର୍ଥନ କରି ଶୋକ ପ୍ରକାଶ କରିଥିଲେ।

ବାଚସ୍ପତି ସୁରମା ପାଢ଼ୀ ଶୋକ ପ୍ରସ୍ତାବକୁ ସମର୍ଥନ କରି ଦିବଂଗତଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରାଇଥିଲେ।

ଅପରପକ୍ଷରେ ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରାଯାଇଛି। ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଥିଲେ ବିରୋଧୀ ସଦସ୍ୟ। ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଲାଗି ରହିବାରୁ ମୁଲତବୀ। ବନ୍ୟା ମୁକାବିଲାରେ ସରକାର ଫେଲ୍ ପ୍ରସଙ୍ଗ ବିଜେଡି ଉଠାଇଥିବା ବେଳେ କୋଟିଆ ପ୍ରସଙ୍ଗରେ ଗୃହ ମଧ୍ୟଭାଗରେ କଂଗ୍ରେସର ପ୍ରତିବାଦ କରିଥିଲା।

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିବା ପରେ ସକାଳ ପ୍ରାୟ ୧୧.୨୫ ସମୟରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ବିଜେପି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଗୃହ ଭିତରକୁ ପଶିଥିଲେ।

ବିଜେଡି ବିଧାୟକମାନେ ବିପର୍ଯ୍ୟୟ ଏବଂ ବନ୍ୟା ପରିସ୍ଥିତିର ସମାଧାନ ପାଇଁ ସରକାରଙ୍କ ସମାଲୋଚନା କରୁଥିବା ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ଗୋଟିଏ ପ୍ଲାକାର୍ଡରେ ଗତ ୨୪ ବର୍ଷ ମଧ୍ୟରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ରେକର୍ଡ ଏବଂ ଗତ ୨୪ ମାସ ମଧ୍ୟରେ ହୋଇଥିବା କ୍ଷତିକୁ ଦର୍ଶାଯାଇଥିଲା।

 

Leave A Reply

Your email address will not be published.