ଭୁବନେଶ୍ୱର:ସିଆରପି ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାର ଧକ୍କାରେ ବାଇକ୍ ଆରୋହୀଙ୍କ ଚାଲିଯାଇଛି ଜୀବନ । ମୃତକ ଜଣଙ୍କ ହେଲେ ବଳରାମ ବେଉରା । ମୃତକଙ୍କ ଘର ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗାରେ ବୋଲି ସୂଚନା ରହିଛି ।
ଏପଟେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଥାଉକି, ବୁଧବାର ରାତି ପ୍ରାୟ ୧୨ଟା ବେଳେ ବଳରାମ ବାଇକ ନେଇ ଷ୍ଟୁଆର୍ଟ ସ୍କୁଲ ପଟରୁ ଭିଆଇପି କଲୋନୀ ଅଭିମୁଖେ ଯାଉଥିଲେ । ଏତିକିବେଳେ ନୂଆପଲ୍ଲୀ ଆଡୁ ବରମୁଣ୍ଡା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ କାର(ଓଡି୦୨ବିଏନ ୯୬୯୭) ସିଆରପି ଟ୍ରାଫିକରେ ତାଙ୍କ ବାଇକକୁ ପିଟିଥିଲା । ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବଳରାମ ୨୦ ଫୁଟ ଉପରକୁ ଛିଟିକି ତଳେ ପଡିଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଉକ୍ତ କାରରେ ଥିବା ଡ୍ରାଇଭରଙ୍କ ସମେତ ୩ ଜଣଙ୍କୁ ଘେରିଯାଇ ମାଡ ମାରିଥିଲେ । ଖବର ପାଇ ସିଆରପି ଛକରେ ଥିବା ଫାଣ୍ଡିରୁ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ୩ ଜଣଙ୍କୁ ଉଦ୍ଧାର କରିଥିଲା । ପୋଲିସ ଉକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖିଛି ।
