Latest Odisha News

BREAKING NEWS

Facial Steam: ଶୀତଦିନେ ମୁହଁରେ ଆସିବ ଚାନ୍ଦ ଭଳି ଚମକ! ନିଅନ୍ତୁ ଏହି ହର୍ବାଲ୍ ଷ୍ଟିମ୍…

ଭୁବନେଶ୍ୱର: ଶୀତଦିନେ ତ୍ୱଚା ଶୁଷ୍କ ଓ ନିର୍ଜୀବ ଦେଖାଯାଏ। ଏହି ସମୟରେ ମୁହଁଠାରୁ ଆରମ୍ଭ କରି ଶରୀରର ଯତ୍ନ ନେବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥାନ୍ତି। କେହି ଦାମୀ କ୍ରିମ୍ ତ ଆଉ କେହି ବଡି ଲୋସନ୍ ବ୍ୟବହାର କରିଥାନ୍ତି। ତେବେ ଆମ ପାରମ୍ପରିକ ଘରୋଇ ଉପଚାରରେ ମଧ୍ୟ ଏମିତି କିଛି ଉପାଦାନ ରହିଛି, ଯାହା ତ୍ୱଚାର ଯତ୍ନ ନେବାରେ ସହାୟକ ହୋଇପାରେ। ବିଶେଷକରି ଶୀତଦିନେ ମୁହଁ ଅଧିକ ଶୁଷ୍କ ଓ ରୁକ୍ଷ ଦେଖାଯାଏ। ଏଥିପାଇଁ ଫେସ୍ ଷ୍ଟିମ୍ ବା ମୁହଁରେ ବାମ୍ଫ ନେବା ଏକ ଲୋକପ୍ରିୟ ଉପାୟ। ତେବେ ସାଧାରଣ ପାଣି ବଦଳରେ ସେଥିରେ କିଛି ଆୟୁର୍ବେଦିକ ଉପାଦାନ ମିଶାଇ ଭାପ ନେବାକୁ ପରାମର୍ଶ ଦେଇଛନ୍ତି ସେଲିବ୍ରିଟି ନ୍ୟୁଟ୍ରିସନିଷ୍ଟ ଶ୍ୱେତା ଶାହ।

କେଉଁ ସାମଗ୍ରୀ ଦରକାର?

  • ୧ ଛୋଟ ଚାମଚ ତ୍ରିଫଳା ଚୂର୍ଣ୍ଣ।
  • ୩ କପ୍ ପାଣି।
  • ୪ରୁ ୫ଟି ତାଜା ନିମ୍ବ ପତ୍ର (ଇଚ୍ଛାଧୀନ)।

କିପରି ପ୍ରସ୍ତୁତ କରିବେ?

ପ୍ରଥମେ ଏକ ପାତ୍ରରେ ୩ କପ୍ ପାଣି ନେଇ ସେଥିରେ ତ୍ରିଫଳା ଚୂର୍ଣ୍ଣ ଓ ନିମ୍ବ ପତ୍ର ପକାନ୍ତୁ। ଏହାକୁ ୩ରୁ ୫ ମିନିଟ୍ ଧୀମା ଆଞ୍ଚରେ ଫୁଟାନ୍ତୁ। ପରେ ଚୁଲି କିମ୍ବା ଗ୍ୟାସରୁ ଓହ୍ଲାଇ କିଛି ସମୟ ଥଣ୍ଡା ହେବାକୁ ଦିଅନ୍ତୁ। ବାମ୍ପ ଅତ୍ୟଧିକ ଗରମ ନଥିବା ସୁନିଶ୍ଚିତ କରିବା ପରେ ମୁହଁରେ ହାଲୁକା ବାମ୍ଫ ନିଅନ୍ତୁ।

କ’ଣ ମିଳିବ ଫାଇଦା?

ତ୍ରିଫଳାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥିବା ଉଦ୍ଭିଦ ଉପାଦାନ ରହିଛି। ଏଥିରେ ଅଁଳା, ହରିଡ଼ା ଓ ବାହାଡ଼ା ମିଶିଥାଏ। ସେହିପରି ନିମ୍ବ ପତ୍ରକୁ ପାରମ୍ପରିକ ଭାବେ ତ୍ୱଚାର ଯତ୍ନ ପାଇଁ ବ୍ୟବହାର କରାଯାଏ। ଭାପ ନେବା ଦ୍ୱାରା ମୁହଁ ସତେଜ ଅନୁଭବ ହୋଇପାରେ ଏବଂ ରୋମଛିଦ୍ରରେ ଜମିଥିବା ତେଲ ଓ ମଇଳାକୁ ସଫା କରିବାରେ ସହାୟତା ମିଳିପାରେ।

ତେବେ ସାବଧାନ! ଅତ୍ୟଧିକ ଗରମ ବାମ୍ଫ ମୁହଁରେ ପୋଡ଼ା ଓ ତ୍ୱଚାରେ ଜଳାପୋଡ଼ା ସୃଷ୍ଟି କରିପାରେ। ସମ୍ବେଦନଶୀଳ ତ୍ୱଚା ଥିଲେ କିମ୍ବା ବାମ୍ଫ ନେଲେ ଅସୁବିଧା ହେଉଥିଲେ ଏହାକୁ ଏଡ଼ାନ୍ତୁ। ଏହା କୌଣସି ତ୍ୱଚା ରୋଗର ଚିକିତ୍ସା ନୁହେଁ।

Leave A Reply

Your email address will not be published.