Latest Odisha News

BREAKING NEWS

ଓଡିଶା ପୋଲିସ ଇତିହାସରେ ଯୋଡି ହେଲା ସ୍ବର୍ଣ୍ଣିମ ଅଧ୍ୟାୟ; ଏନଏସଜି କମାଣ୍ଡୋ ହେଲେ ୩ ମହିଳା କନେଷ୍ଟବଳ

ଭୁବନେଶ୍ୱର: ଓଡ଼ିଶା ପୋଲିସ ପାଇଁ ଗର୍ବ ସାଜିଲେ ରାଜ୍ୟର ୩ ମହିଳା କନେଷ୍ଟବଳ । ଦେଶର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଏନସିଜିର କମାଣ୍ଡୋ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଅନିଷା ସିଂହ, ପିଙ୍କି ସାହୁ ଓ ରାମେଶ୍ରୀ ହାଲଦା ।

ଓଡିଶା ପୋଲିସରୁ ବହୁ ମହିଳା କନେଷ୍ଟବଳ ଆବେଦନ କରିଥିବାବେଳେ, କେବଳ ୫ ଜଣଙ୍କୁ ଚୟନ କରାଯାଇଥିଲା । ଏହି ୫ଜଣଙ୍କ ମଧ୍ୟରୁ ୩ଜଣ ମହିଳା କମାଣ୍ଡୋ କନଭରଶନ କୋର୍ସ (ଏମସିସିସି)ରେ ସଫଳତା ଲାଭ କରି ଏନସିଜି କମ‌ଣ୍ଡୋ ହୋଇପାରିଛନ୍ତି ।

କଠିନ ଚୟନ ପ୍ରକ୍ରିୟା ଓ ପ୍ରଶିକ୍ଷଣରେ ସଫଳତା ହାସଲ କରିଛନ୍ତି ଏହି ୩ ମହିଳା । ଦେଶର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ଏନଏସଜିରେ ସାମିଲ ହେବା ସେମାନଙ୍କ ଦକ୍ଷତା, ସାହସ ଓ ନିଷ୍ଠାର ପରିଚୟ ଦେଇଛି । ଏହି ସଫଳତା କେବଳ ତିନି ମହିଳାଙ୍କ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପୋଲିସ ବାହିନୀ ପାଇଁ ଗର୍ବର ବିଷୟ । ଏହା ରାଜ୍ୟର ଅନ୍ୟ ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ।

ଏହି ଗୌରବମୟ ସଫଳତା ପାଇଁ ୩ ମହିଳାଙ୍କୁ ଅଭିନନ୍ଦନ ଓ ସାଧୁବାଦ ଦେଇଛନ୍ତି ଡିଜିପି ବିନୟତୋଷ ମିଶ୍ର ।

Leave A Reply

Your email address will not be published.