Latest Odisha News

BREAKING NEWS

କଳିଙ୍ଗ ଘାଟି ପୁଣି ଖୋଲିଲା;ଯାନବାହନ ଚଳାଚଳ ପୁଣିଥରେ ସ୍ୱାଭାବିକ

ଫୁଲବାଣୀ: ବାତ୍ୟା ଅକଓ୍ବାନ ପାଇଁ ଗତ ୧୯ ତାରିଖରୁ କନ୍ଧମାଳ ଜିଲ୍ଲାର କଳିଙ୍ଗ ଘାଟି ରାସ୍ତାରେ ସମସ୍ତ ମୋଟର ଯାନ ଚଳାଚଳ ବନ୍ଦ ରଖାଯାଇଥିଲା। ଆଜିଠାରୁ ଏହି କଳିଙ୍ଗ ଘାଟି ରାସ୍ତାରେ ସମସ୍ତ ପ୍ରକାରର ଯାନବାହନ ଚଳାଚଳ ପୁଣିଥରେ ସ୍ୱାଭାବିକ ହୋଇଛି। ପାଣିପାଗରେ ସୁଧାର ଆସିବା ପରେ ବିଭାଗୀୟ ଅଧିକାରୀମାନେ କଳିଙ୍ଗ ଘାଟି ରାସ୍ତାର ସୁରକ୍ଷା ସ୍ଥିତି ଯାଞ୍ଚ କରିଥିଲେ। ରାସ୍ତାଟି ଯାତାୟତ ପାଇଁ ସମ୍ପୂର୍ଣ୍ଣ ନିରାପଦ ଥିବା ରିପୋର୍ଟ ମିଳିବା ପରେ କଳିଙ୍ଗ ଘାଟି ରାସ୍ତାରେ ଲାଗୁ ହୋଇଥିବା ଯାନବାହନ ଚଳାଚଳ କଟକଣାକୁ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରତ୍ୟାହାର କରାଯାଇଛି।

ସୂଚନାଥାଉକି, କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବେଦଭୂଷଣ ପୂର୍ବରୁ ଜାରି ହୋଇଥିବା କଟକଣା ନିର୍ଦ୍ଦେଶନାମାକୁ ରଦ୍ଦ କରିଛନ୍ତି।

ଖବରମୁତାବକ, ଜିଲ୍ଲାପାଳ ରାସ୍ତାରୁ ତୁରନ୍ତ ବ୍ୟାରିକେଡ୍ ହଟାଇ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଗମ କରିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଜାତୀୟ ରାଜପଥ ବିଭାଗ, ଉପ-ଜିଲ୍ଲାପାଳ, ତହସିଲଦାର ଏବଂ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.