Latest Odisha News

BREAKING NEWS

ବିରିୟାନି ଖାଇ ୨୦ରୁ ଅଧିକ ଅସୁସ୍ଥ;ପାଣି,ଚିକେନ୍ ଓ ଗ୍ରୋସରୀ ସାମଗ୍ରୀର ନମୂନା ସଂଗ୍ରହ

ଅନୁଗୋଳ:ବିରିୟାନି ଖାଇ ୨୦ରୁ ଉର୍ଦ୍ଧ୍ୱ ଅସୁସ୍ଥ। ୧୫ ଜଣଙ୍କ ଅବସ୍ଥା ଗୁରୁତର। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଭାଲିଆବେଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗାଁର କିଛି ଲୋକ ନିଜେ ବିରିୟାନି ପ୍ରସ୍ତୁତ କରି ଖାଇବା ପରେ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଗୁରୁତରଙ୍କୁ ଖମାର ମେଡିକାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି।

ସୂଚନାନୁସାରେ,ଗତକାଲି ଭାଲିଆବେଡ଼ା ଗ୍ରାମର କିଛି ଲୋକ ନିଜେ ବିରିୟାନୀ ପ୍ରସ୍ତୁତ କରି ଖାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ ।

ଖମାର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର କହିଛନ୍ତି, “ଖାଦ୍ୟ ବିଷକ୍ରିୟା ହେବା ଫଳରେ କିଛି ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ପଚାରିବାରୁ ଜଣାପଡ଼ିଛି ଯେ, ବିରିୟାନୀ ଖାଇବା ଦ୍ବାରା ଏଭଳି ହୋଇଛି । ସମସ୍ତଙ୍କର ଚିକିତ୍ସା କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୨ ଜଣ (ଜଣେ ୧ ବର୍ଷ ଓ ଆଉଜଣେ ୪ ବର୍ଷର) ଶିଶୁଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ।”

ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଅନୁଗୋଳ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପାଳଲହଡ଼ା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ବର୍ତ୍ତମାନ ସେମାନ ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି । ଖାଦ୍ୟ ବିଷକ୍ରିୟା ଯୋଗୁଁ ଏ ସମସ୍ୟା ହୋଇଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ୱାସ୍ଥ୍ୟ ଓ ଖାଦ୍ୟ ସୁରକ୍ଷା ବିଭାଗ। ଟିମ୍ ଗାଁରେ ପହଞ୍ଚି ପାଣି, ଚିକେନ୍ ଓ ବିଭିନ୍ନ ଗ୍ରୋସରୀ ସାମଗ୍ରୀର ନମୂନା ସଂଗ୍ରହ କରିଛି। ବାସି ବିରିୟାନି ଯୋଗୁଁ ଖାଦ୍ୟ ବିଷକ୍ରିୟା ହୋଇଥିବା ପ୍ରାଥମିକ ଅନୁମାନ କରାଯାଉଥିଲେ ମଧ୍ୟ ନମୂନା ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ।

 

Leave A Reply

Your email address will not be published.