Latest Odisha News

BREAKING NEWS

୩ ବର୍ଷ ମଧ୍ୟରେ ୧୩ ପୋଲିସ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୨୩ ରୁ ୨୦୨୫ ମଧ୍ୟରେ ଓଡ଼ିଶାର ୧୩ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି। ୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ଖାକିରେ କଳଙ୍କ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର ରଖିଛନ୍ତି।

ଏଥିରେ ୪ ଜଣ ଇନ୍ସପେକ୍ଟର, ୩ ଜଣ ସବ-ଇନ୍ସପେକ୍ଟର (SI) ଏବଂ ୬ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ASI) ସାମିଲ ଅଛନ୍ତି। ଜଣେ ASI ପାହ୍ୟାର ଅଧିକାରୀଙ୍କ ବିରୋଧରେ POCSO ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ୯ଟି ମାମଲାରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ଅନ୍ୟ ମାମଲାଗୁଡ଼ିକ ତଦନ୍ତର ବିଭିନ୍ନ ପର୍ଯ୍ୟାୟରେ ରହିଛି।

ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ନୂଆପଡ଼ା, ରାଇରଙ୍ଗପୁର, କନ୍ଧମାଳ, କଟକ କମିଶନରେଟ୍ ଏବଂ କ୍ରାଇମ୍ ଏଗେନଷ୍ଟ ୱିମେନ୍ (CAW) ୱିଙ୍ଗ୍‌ର କର୍ମଚାରୀଙ୍କ ବିରୋଧରେ ଏହି ମାମଲା ଆସିଛି। କେନ୍ଦୁଝର ଜିଲ୍ଲାରୁ ୨ଟି ମାମଲା ରିପୋର୍ଟ ହୋଇଛି। କଟକ କ୍ରାଇମବ୍ରାଞ୍ଚର ଜଣେ IIC ବି ଯୌନ ନିର୍ଯାତନାରେ ସାମିଲ ଅଛନ୍ତି। ଭୁବନେଶ୍ୱର କମିସନରେଟ ପୋଲିସର ଜଣେ ASI ବି ଯୌନ ନିର୍ଯାତନାରେ ସାମିଲ ଅଛନ୍ତି। ଏହି ମାମଲାରେ ୬ ଜଣ ଗିରଫ ହୋଇଛନ୍ତି। ୩ ଜଣଙ୍କୁ ନୋଟିସ୍‌ ହୋଇଛି ଏବଂ ଜଣେ ଜାମିନରେ ଅଛନ୍ତି। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି।

Leave A Reply

Your email address will not be published.