Latest Odisha News

BREAKING NEWS

ଚାକିରି ଦେବା ନାଁରେ ୨୧ ଲକ୍ଷ ଟଙ୍କା ଠକେଇ, ଯୁବକ ଗିରଫ

ସମ୍ବଲପୁର: ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ । ବନ୍ଧା ହେଲେ ନକଲି ଓଏଏସ ଅଫିସର । ସମ୍ବଲପୁର ସଦର ପୋଲିସ ଜଣେ ନକଲି ଓଏଏସ୍ ଅଫିସର ବିବାହ ପାଇଁ ଶୋଭାଯାତ୍ରାରେ ଯିବା ବେଳେ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଜରିପଡ଼ା ଅଞ୍ଚଳର ସୁମନ୍ତ ଓରାମ ।

ଖବର ମୁତାବକ, ଅଭିଯୁକ୍ତ ସୁମନ୍ତ ଓରାମଙ୍କର ସମ୍ବଲପୁର ସଦର ଥାନା ଅନ୍ତର୍ଗତ ନୀଳଡୁଙ୍ଗୁରୀ ଗାଁର ଲିଙ୍ଗରାଜ ଟପ୍ପୋଙ୍କସହ ଇନଷ୍ଟାଗ୍ରାମ ମାଧ୍ୟମରେ ୨୦୨୪ ମସିହାରେ ପରିଚିତ ହୋଇଥିଲା । ନାଲକୋରେ ଇଞ୍ଜିନିୟର ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଲିଙ୍ଗରାଜ ଅନଲାଇନ ମାଧ୍ୟମରେ ମୋଟ ୨୧ ଲକ୍ଷ ଟଙ୍କା ପେମେଣ୍ଟ ଦେଇଥିଲେ । ହେଲେ ସମସ୍ତ ଟଙ୍କା ଦେବା ପରେ ମଧ୍ୟ ଚାକିରି ମିଳିନଥିଲା ।

ପରେ ଟଙ୍କା ମାଗିବାରୁ ଟଙ୍କା ଦେବେ ଦେବେ କହି ଟଙ୍କା ଫେରାଇନଥିଲେ । ଏହି ଘଟଣା ଭିତରେ ଅଭିଯୁକ୍ତ ସୁମନ୍ତ ନିଜକୁ ଓଏଏସ୍ ଅଫିସର ଦର୍ଶାଇ ସମ୍ବଲପୁରର ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ବରଯାତ୍ରୀ ଧରି ଆସିଥିବା ନେଇ ଖବର ପାଇଥିଲେ ଲିଙ୍ଗରାଜ । ସେ ତୁରନ୍ତ ଏ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବରବେଶରେ ଥିବା ସୁମନ୍ତଙ୍କୁ ଗିରଫ କରିଛି ।

Leave A Reply

Your email address will not be published.