Latest Odisha News

BREAKING NEWS

Ama Buses for Bali Yatra:ବାଲିଯାତ୍ରା ପାଇଁ ସ୍ବତନ୍ତ୍ର ଆମ ବସ୍ ସଟଲ୍ ସେବାର ବ୍ୟବସ୍ଥା; ଟିକେଟ ମାତ୍ର ୧୦ ଟଙ୍କା

ଭୁବନେଶ୍ବର:କଟକ ଐତିହାସିକ ବାଲିଯାତ୍ରାକୁ ଆସୁଥିବା ଲୋକଙ୍କ ସୁବିଧାରେ ଯାତାୟତ ପାଇଁ କ୍ରୁଟ ପକ୍ଷରୁ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଲକ୍ଷାଧିକ ଜନସାଧାରଣଙ୍କ ସୁବିଧା, ସୁଗମ ଓ ସୁରକ୍ଷିତ ଯାତାୟାତକୁ ଗୁରୁତ୍ବ ଦେଇ କ୍ରୁଟ୍ ପକ୍ଷରୁ ସ୍ବତନ୍ତ୍ର ଆମ ବସ୍ ସଟଲ୍ ସେବାର ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥାରେ ବାଲିଯାତ୍ରାକୁ ଆସୁଥିବା ଦର୍ଶକମାନେ ଅତି ସୁଲଭ ମୂଲ୍ୟରେ ସହଜରେ ଯିବାଆସିବା କରିପାରିବେ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୋଟ୍ ୫୦ଟି ବସ ନିୟୋଜିତ କରାଯାଇଛି।

ଖୋର୍ଦ୍ଧା ଭୁଆସୁଣୀ ମନ୍ଦିରରୁ କ୍ୟାଣ୍ଟନମେଣ୍ଟ ଥାନା ପର୍ଯ୍ୟନ୍ତ ଏହି ବସ୍ ଚଳାଚଳ କରିବ। ଏହି ରୁଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଫ୍ଲାଟ୍ ଟିକେଟ୍ ମାତ୍ର ୧୦ ଟଙ୍କା ରଖାଯାଇଛି । ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ସେବା ପାଇଁ ମୋଟ୍ ୫୦ଟି ଆମ ବସ୍ ନିୟୋଜିତ କରାଯାଇଛି ।

ବାଲିଯାତ୍ରା ସମୟରେ ହେଉଥିବା ବ୍ୟାପକ ଜନସମାଗମ ଓ ଯାନବାହନ ଚଳାଚଳ ଚାପକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ସୁବ୍ୟବସ୍ଥିତ ପରିବହନ ସେବା ଯୋଗାଇ ଦେବା ପାଇଁ କ୍ରୁଟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହା ଦ୍ବାରା ମେଳାକୁ ଆସୁଥିବା ଦର୍ଶକମାନେ ବ୍ୟକ୍ତିଗତ ଯାନବାହନ ଉପରେ ନିର୍ଭର ନ କରି ଆମ ବସରେ ସୁବିଧାରେ ଯାତାୟତ କରିପାରିବେ।

ବାଲିଯାତ୍ରାକୁ ଆସୁଥିବା ସମସ୍ତ ଦର୍ଶକ ଏହି ସ୍ବତନ୍ତ୍ର ଆମ ବସ୍ ସଟଲ୍ ସେବାର ଲାଭ ଉଠାଇବା ସହ ସୁବିଧାଜନକ ଗଣପରିବହନକୁ ଆପଣାଇବାକୁ କ୍ରୁଟ୍ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.