ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶି ମହାକାଳ ଏକ୍ସପ୍ରେସ ଉଦଘାଟନ କରିଛନ୍ତି । ଯାହା ତିନୋଟି ଧାର୍ମିକ ସହର ବାରଣାସୀ, ଉଜୈନ ଏବଂ ଓଁକାରେଶ୍ୱରକୁ ଯୋଡ଼ୁଛି । ବାରାଣାସୀରୁ ଇନ୍ଦୋର ଯିବାକୁ ଥିବା କାଶି ମହାକାଳ ଏକ୍ସପ୍ରେସରେ ଭଗବାନ ଶିବଙ୍କ ପାଇଁ ଏକ ସିଟ ଖାଲି ରଖାଯାଇଛି । ତେବେ ଭଗବାନଙ୍କ ନାଁରେ ଏହି ସିଟ ଖାଲି ରଖିବାକୁ ନେଇ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଧିନ ୱବେସି ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ସମ୍ବିଧାନରେ ସମସ୍ତ ଧର୍ମ ଏକ ପ୍ରକାର । ସମସ୍ତଙ୍କୁ ସମାନ ବ୍ୟବହାର କରାଯିବା ଉଚିତ । ଏହା ପୂର୍ବରୁ ଅସଦୁର୍ଦ୍ଧିନ ଧର୍ମ ଆଧାରରେ ମୋଦୀ ରାଜନୀତି କରୁଥିବାର ଆରୋପ ଲଗାଇଥିଲେ । ଯେଉଁଥିରେ ସିଏଏ ଏବଂ ଏନଆରସି ମଧ୍ୟ ସାମିଲ ଥିବା କହିଥିଲେ ୱବେସି । ସୂଚନା ମୁତାବକ ଏହି ଏକ୍ସପ୍ରେସର ୫ନମ୍ବର ବଗିର ୬୪ନମ୍ବର ସିଟକୁ ମନ୍ଦିର ଭାବେ ସଜା ଯାଇଛି । ଭଗବାନ ଶିବଙ୍କର ସେଠାରେ ଛୋଟ ମନ୍ଦିର ତିଆରି କରାଯାଇଛି । ଏହାଦ୍ୱାରା ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ଶିବଙ୍କ ଦର୍ଶନ କରିପାରିବେ ।
BREAKING NEWS
- ବର୍ତ୍ତମାନ ଟୁରିଷ୍ଟ ଭଳି ନେତା ମାନେ ଆସୁଛନ୍ତି: ପାଣ୍ଡିଆନ
- ୪୪ ଛୁଇଁଲା ଦିନର ତାପମାତ୍ରା
- ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ନିର୍ବାଚନ କମିସନରଙ୍କ ଆଗରେ ଫେରାଦ ହେଲା ବିଜେଡି
- ଜେପି ନଡ୍ଡାଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ, ପଛୁଆ ବର୍ଗର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବିଜେପି
- ସଙ୍ଗୀତ ପ୍ରେମୀଙ୍କ ପାଇଁ ୟୁଟ୍ୟୁବ୍ ଲଞ୍ଚ କଲା ‘ହମ୍ ଟୁ ସର୍ଚ୍ଚ’ ଫିଚର, ଗୁଣୁଗୁଣୁ ଗୀତ ଗାଇ କରିପାରିବେ ସର୍ଚ୍ଚ
- ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି: ବିଜେଡି
- ନିଜ ଦଳର ନେତାଙ୍କୁ ଗୁଣ୍ଡା କହିଲେ କଙ୍ଗନା, ଭିଡିଓ ଭାଇରାଲ
- ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ କଂଗ୍ରେସର ୨ ନେତା
- ଛିଣ୍ଡୁନି ଅଙ୍କ: ୫ ସ୍ଥାନର ପାର୍ଥୀ ବଦଳାଇଲା କଂଗ୍ରେସ
- ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର