Latest Odisha News

BREAKING NEWS

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ ଶିଶୁକନ୍ୟାର ମୃତଦେହ, ବାଘ ଝାମ୍ପି ନେଇଥିବା ଅଭିଯୋଗ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଚଡ଼ିଆପାରା ଗାଁରୁ ନିଖୋଜ ହୋଇଥିବା ଦୁଇ ବର୍ଷର ଶିଶୁକନ୍ୟାର ମୃତଦେହ ଆଜି (ନଭେମ୍ବର ୨୪, ୨୦୨୬) ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ୨୦ ଘଣ୍ଟା ଧରି ନିଖୋଜ ଥିବା ଶିଶୁକନ୍ୟାର ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି। ଶିଶୁକନ୍ୟାକୁ ବାଘ ଝାମ୍ପି ନେଇଥିବା ନେଇ ଅଭିଯୋଗ ପରେ ତଲାସି ଅଭିଯାନ ଜୋରସୋରରେ ଚାଲିଥିଲା। ଶେଷରେ ଜଙ୍ଗଲରୁ ଦୁଇ ବର୍ଷର ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ କଲରା ପତରିଆ ବାଘ ଶିଶୁଟିକୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ତେବେ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ଘରଠାରୁ ପ୍ରାୟ ୫୦୦ ମିଟର ଦୂର ଜଙ୍ଗଲରୁ ଶିଶୁକନ୍ୟାର ମୃତଦେହର ଅଂଶବିଶେଷ ମିଳିଛି। ବନ ବିଭାଗ, ପୋଲିସ, ସନ୍ଧାନୀ କୁକୁର ଏବଂ ଥର୍ମାଲ୍ ଡ୍ରୋନ୍ ସହାୟତାରେ ଏହି ସନ୍ଧାନ ଅଭିଯାନ ଚାଲିଥିଲା।

Leave A Reply

Your email address will not be published.