ପୁଣେ: ପ୍ରେମିକାକୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ସପ୍ଟୱେର ଇଂଜିନିୟର । ଗିରଫ ଯୁବକ ହେଉଛନ୍ତି ପୁଣେ ହିଂଜୋଲିର ୩୦ ବର୍ଷୀୟ ଶୁଭମ୍ । ପୁଣେ ଶାଖ୍ରେ ବସ୍ତିରେ ଥିବା ପିଜିରେ ୨୭ ବର୍ଷୀୟ ୱାର୍ଦ୍ଧାର ଯୁବତୀ କୋମଲଙ୍କ ସହ ୩ ବର୍ଷ ହେବ ଲିଭ୍-ଇନ୍ରେ ରହୁଥିଲେ ଶୁଭମ । ହେଲେ ଅନ୍ୟ ଜଣେ ଯୁବତୀଙ୍କ ସହ କଥାବାର୍ତ୍ତା ଏବଂ ପ୍ରେମ ସମ୍ପର୍କ ରହିଥିବା ସନେ୍ଦହରେ ଉଭୟଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେଉଥିଲା । ଶେଷରେ ରବିବାର ରାତିରେ ଉଭୟ ଏକ ହୋଟେଲରୁ ଡିନର ସାରି ଫେରିବା ପରେ ପୁଣି ପୁରୁଣା କଥାରୁ ପାଟିତୁଣ୍ଡ ପରେ ଝଗଡା ଉଗ୍ରରୂପ ନେଇଥିଲା । ପ୍ରେମିକ ଶୁଭମ ପ୍ରେମିକା କୋମଲକୁ ପିଟିପିଟି ମାରିଦେଇଥିବା ସୂଚନା ମିଳିଛି । ଗୋଟିଏ ରାତି ଗୋଟିଏ ରୁମରେ ମୃତଦେହ ସହ କାଟିବା ପରେ ପରଦିନ ସକାଳୁ ପୋଲିସକୁ ଫୋନ କରିଥିଲା ଶୁଭମ । ଆମ୍ବୁଲାନ୍ସ ଯୋଗେ କୋମଲଙ୍କୁୁ ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୋମଲଙ୍କୁ ହତ୍ୟା କରିଥିବା ଶୁଭମ ମାନିଥିବା ବେଳେ ଶୁଭମକୁ ଗିରଫ କରିଛି ପୋଲିସ ।
ସୂଚନ ଅନୁସାରେ ଉଭୟ କୋମଲ ଓ ଶୁଭମ ସପ୍ଟୱେର ଇଂଜିନିୟର । ପ୍ରଥମେ ସାଙ୍ଗ ତାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପକ ର୍ ଗଢି ଉଠିଥିଲା । ଉଭୟ ଜଣାଶୁଣା ସପ୍ଟୱେର କମ୍ପାନୀରେ କାମ କରୁଥିଲେ । ଏବଂ ୩ରୁ ସାଢେ ୩ ବର୍ଷ ହେବ ଏକାଠି ଲିଭ୍-ଇନରେ ରହୁଥିଲେ । ସେଦିନ ରାତିରେ କୋମଲ ଫୋନ ଉଠାଉନଥିଲେ ତାଙ୍କର କୌଣସି ଖୋଜଖବର ମିଳୁନଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ କୋମଲଙ୍କ ମା । ସେପଟେ ଶୁଭମ କୋମଲଙ୍କୁ ହତ୍ୟା କରିବା ପରେ ସକାଳ ୬ଟାରେ ପୋଲିସକୁ ଫୋନ କରି ମୋ ସାଙ୍ଗ କାହିଁକି ଉଠୁନାହିଁ କହି ଆମ୍ବୁଲାନ୍ସ ପଠାଇବାକୁ କହିଥିଲେ ବୋଲି ପୋଲିସ ସୂଚନା ଦେଇଛି । ଶୁଭମର ଫୋନ୍ କଲ୍ ପରେ ପୋଲିସ ପହଂଚି କୋମଲଙ୍କୁ ମେଡିକାଲକୁ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ଆଗରେ ମାଡ ମାରିଥିବା କଥା ମାନିଛି ଶୁଭମ୍ । ଏବଂ ମାଡର ଆଘତ ସହି ନପାରି ସେ ମୃତୁ୍ୟବରଣ କରିଥିବା କହିଛି । ଶୁଭମଙ୍କ କହିବା କଥା ଯେତେବେଳେ ସେ ଅନ୍ୟ ଯୁବତୀଙ୍କ ସହ କଥା ହେଉଥିଲେ କୋମଲଙ୍କୁ ତାହା ଭଲ ଲାଗୁନଥିଲା । ତେଣୁ ବାରମ୍ବାର ତାଙ୍କ ଭିତରେ ଝଗଡା ହେଉଥିଲା । ରବିବାର ରାତିରେ ସେହି ଝଗଡା ଓ ଯୁକ୍ତିତର୍କ ହୋଇଥିଲା । ତାପରେ ଶୁଭମ୍ କୋମଲଙ୍କୁ ମାଡ ମାରିଥିଲେ । ରାତି ପ୍ରାୟ ୩ଟା ୩୦ରେ ଶୁଭମ କୋମଲଙ୍କ ମୁହଁକୁ ମୁଥ ମାରିଥିଲେ ଏବଂ କୋମଲଙ୍କ ମୁଣ୍ଡ କାନ୍ଥରେ ମାଡ ହୋଇଥିଲା । ତାପରେ ବେହୋସ ହୋଇ ଯାଇଥିଲେ କୋମଲ । ସକାଳ ପାଖାପାଖି ୬ଟା ବେଳକୁ କୋମଲଙ୍କ ହୋସ୍ ନଆସିବାରୁ ପୋଲିସକୁ ଫୋନ୍ କରିଥିଲେ ଶୁଭମ । ଘର ମାଲିକଙ୍କ କହିବା ଅନୁସାରେ କୋମଲ ୬ମାସ ପୂର୍ବରୁ ଏଠାରେ ରହିବାକୁ ଆସିଥିଲେ । ହତ୍ୟା ବିଷୟରେ ପୋଲିସ ଠାରୁ ଜାଣିବାକୁ ପାଇଥିବା କହିଛନ୍ତିା
