କଟକ: ଲିଙ୍କ୍ ରୋଡ୍ରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ୟାରେଜ୍ରେ ପାର୍କିଂ ହୋଇଥିବା ୮ଟି ବସ୍ ରେ ନିଆଁ ଲାଗିଲା। ଜଳିଗଲା ଗୋଟିଏ ପରେ ଗୋଟିଏ ବସ୍।
ସୂଚନାଥାଉକି, ଗ୍ୟାରେଜ୍ ରେ ବସଗୁଡିକ ଛିଡ଼ା ହୋଇଥିବା ବେଳେ ହଠାତ୍ ଗୋଟିଏ ବସ୍ ରୁ ନିଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମାତ୍ର ଆଖି ପିଛୁଳାକେ ନିଆଁ ବ୍ୟାପି ଯାଇଥିଲା । ଜଳିବାକୁ ଲାଗିଥିଲା ୮ଟି ବସ୍।
ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୩ଟି ଦମକଳ ଗାଡ଼ି ପହଞ୍ଚିଥିଲା। ଦୀର୍ଘ ସମୟର ଅକ୍ଳାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିବାର ସୂଚନା ରହିଛି ।
ଏପଟେ ନିଆଁ କିପରି ଲାଗିଲା, ତାହାର କାରଣ ଜଣାପଡି ନାହିଁ ।
