Latest Odisha News

BREAKING NEWS

ଦନ୍ତା ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ;ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ବୋଲଗଡ଼:ଦନ୍ତାହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ । ଏହି ଅଭାବନୀୟ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ନାରାୟଣୀପଡ଼ା ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ମୃତ ଚାଷୀ ହେଉଛନ୍ତି ମଧୁ ନାୟକ ।

ସୂଚନାନୁସାରେ, ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ନିଜ ଚାଷଜମିକୁ ଯାଇଥିଲେ ମଧୁ ନାୟକ । ଏହି ସମୟରେ ହଠାତ ଏକ ଦନ୍ତାହାତୀ ସାମ୍ନାକୁ ଆସିଯାଇଥିଲା । ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା ।

ଖବରପାଇ ବନ ବିଭାଗ ଓ ବେଗୁନିଆ ପୋଲିସ ପହଞ୍ଚିଥିଲେ । ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର ସହିତ ହାତୀ ଘଉଡ଼ାଇବା ଏବଂ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଥିଲେ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବେଳେ ବେଗୁନିଆ ପୋଲିସ ଲୋକଙ୍କୁ ବୁଝାସୁଝା କରିଥିଲା।

ତେବେ କ୍ଷତିପୂରଣ ପ୍ରଦାନ ନେଇ ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଏପଟେ ବେଗୁନିଆ ବନପାଳ ସୁଶାନ୍ତ କୁମାର ସାହୁ କହିଛନ୍ତି, ବେଗୁନିଆ ଅଞ୍ଚଳରେ କିଛିଦିନ ଧରି ୧୯ ଟିକିଆ ହାତୀ ପଲ ଅଛନ୍ତି । କିନ୍ତୁ ଦୁଇଦିନ ହେବ ସେଥିରୁ ଦୁଇଟି ଦନ୍ତା ଅଲଗା ହୋଇ ବାହାରକୁ ଯାଇଛନ୍ତି । ଏହି ଦନ୍ତାକୁ କିଛି ଲୋକ ବାଣ ଫୁଟାଇ ଗହଳି କରି ରଗାଇଥିବାରୁ ହାତୀଟି ଏଭଳି କ୍ଷତି କରିଛି । ଆମ ଟିମ ହାତୀକୁ ଘଉଡ଼େଇବାକୁ ଉଦ୍ୟମ କରୁଛି ।

Comments are closed.