ଆଜିଠୁ କଳିଙ୍ଗ ଷ୍ଟାଡିଅମରେ ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିଅନସିପ୍, ୬ଟି ଦେଶର ୨ଶହରୁ ଅଧିକ କ୍ରୀଡାବିତ୍ ସାମିଲ
ଭୁବନେଶ୍ୱର: ଯୁବ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିବା ସହ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ପ୍ରୟାସ । ଆଜିଠୁ କଳିଙ୍ଗଷ୍ଟାଡିଅମରେ ତିନିଦିନିଆ ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିଅନସିପ ଆରମ୍ଭ ହେଉଛି । ଏଥିରେ ୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଭାରତ, ବାଂଲାଦେଶ, ଭୁଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କାର କ୍ରୀଡାବିତ ଅଂଶଗ୍ରହଣ କରୁଛନ୍ତି । ଉଭୟ ପୁରୁଷ ଓ ମହିଳା ବଗ ର୍ରେ ୩୨ଟି ଇଭେଂଟରେ ପ୍ରତି ଯୋଗିତା ହେଉଛି । ୧୦୦ରୁ ଆରମ୍ଭ କରି ୫ହଜାର ମିଟର ଯାଏଁ ଦୌଡ, ଶହେ ମିଟର ହଡଲ୍ସ, ୪ଶହ ମିଟର ହଡଲ୍ସ, ହାଇ ଜମ୍ପ, ଲଙ୍ଗ ଜମ୍ପ, ଟ୍ରିପଲ ଜମ୍ପ, ସଟପୁଟ, ଡିସକସ୍ ଓ ଜାଭେଲିନ୍ ଥ୍ରୋ ସହ ରିଲେ ରେସ୍ରେ ହେବ ପ୍ରତିଯୋଗିତା । ୬ଟି ଦେଶର ପ୍ରାୟ ୨ଶହରୁ ଅଧିକ କ୍ରୀଡାବିତ୍ ଅଂଶଗ୍ରହଣ କରୁଛନ୍ତି । ଓଡିଶାରୁ ୪ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ୪ଶହ ମିଟରରେ ଆସ୍ତିକ ପ୍ରଧାନ, ଶହେ ମିଟର ହଡଲ୍ସରେ ସବିତା ଟପ୍ପୋ, ୮ଶହ ମିଟର ଦୌଡରେ ଲକ୍ଷ୍ମୀପ୍ରୀୟା କିଷାନ ଓ ଟ୍ରିପଲ ଜମ୍ପ ପ୍ରତି ଯୋଗୀତାରେ ମୀରାମୁକ୍ତା ସୋରେଙ୍ଗ ଅଂଶଗ୍ରହଣ କରିଛନ୍ତି ।
ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ବିମ୍ଷ୍ଟେକ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍ ଆୟୋଜିତ ହେଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ରେ ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରି ଓଡ଼ିଶା ବିଶ୍ୱ କ୍ରୀଡ଼ା ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି। ବିମଷ୍ଟେକ୍ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍କୁ ଦେଖିବା ନିମନ୍ତେ କଳିଙ୍ଗ ଷ୍ଟାଡ଼ିୟମ୍ରେ ଦର୍ଶକମାନଙ୍କ ପାଇଁ ନିଃଶୁଳ୍କ ପ୍ରବେଶ ରଖାଯାଇଛି।
