Latest Odisha News

BREAKING NEWS

ଶାହିନବାଗ ଆନ୍ଦୋଳନ: ଆନ୍ଦୋଳନକାରୀଙ୍କ ସହ କଥା ହେବେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥି…

ନୂଆଦିଲ୍ଲୀ: ପାଖାପାଖି ୨ ମାସ ହେବ ଶାହିନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଦିନ ଶୁଣାଣି କରିଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶାହିନ ବାଗ ଆନ୍ଦୋଳନକାରୀଙ୍କ ସହ କଥା ହେବ ପାଇଁ ସୁପ୍ରିମକୋର୍ଟ ଅଦାଲତ ଜଣେ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଛନ୍ତି । ଆଇନଜୀବୀ ସଞ୍ଜୟ ହେଗଡେଙ୍କୁ ଆନ୍ଦୋଳନକାରୀଙ୍କ ସହ କଥା ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ସହ ଅବସରପ୍ରାପ୍ତ ଜଷ୍ଟିସ କୁରିୟନ ଜୋସେଫ ମଧ୍ୟ ରହିବେ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ ଗଣତନ୍ତ୍ର ସମସ୍ତଙ୍କ ପାଇଁ ସମାନ । ଏମିତିରେ ବିରୋଧ ନାମରେ ସଡକ ଅବରୋଧ କରିହେବ ନାହିଁ ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଗତ ଦୁଇ ମାସ ଧରି ଶାହିନ ବାଗ୍‌ରେ ଆନ୍ଦୋଳନ ଚାଲି ଆସୁଛି। ଏହା ଫଳରେ ଦିଲ୍ଲୀରେ ରାସ୍ତା ଅବାରୋଧ ସମସ୍ୟା ଉପୁଜିଛି।

ଏହି ଆନ୍ଦୋଳନକୁ ବେଆଇନ ଦର୍ଶାଇ ଡ. ନନ୍ଦ କିଶୋର ଗର୍ଗ ଏବଂ ଅମିତ ଶାହାଣି ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ‌ଯାହାକୁ ନେଇ ସୁପ୍ରିମ କୋର୍ଟ ଆଜି ଏହି ମାମଲାର ଶୁଣାଣି କରିଛନ୍ତି ।

Leave A Reply

Your email address will not be published.