Latest Odisha News

BREAKING NEWS

ସିଜେପିର ସୌରଭ ଦାସଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି, ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସିଜେପିର ସୌରଭ ଦାସଙ୍କ ବିଦେଶ ଯାତ୍ରା ବନ୍ଦ କରିବା ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌରଭ । ତାକୁ ଚାଲେଂଜ କରି ଆଜି କେନ୍ଦ୍ର ସରକାର ସୌରଭଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲାର ଜାରି କରିଛନ୍ତି ବୋଲି ଦିଲ୍ଲୀ ହାଇକୋର୍ଟଙ୍କୁ ଜଣାଇଛନ୍ତି । ପାସପୋର୍ଟ ସମ୍ବନ୍ଧୀୟ ଅନିୟମିତତା ତାଙ୍କ ନାଗରିକତ୍ୱ ଉପରେ ପ୍ରଭାବ ପକାଇପାରେ । ଲୁକ୍ ଆଉଟ ସର୍କୁଲାର (ଏଲଓସି) ହେଉଛି ଦେଶବ୍ୟାପୀ ବିମାନବନ୍ଦର ଓ ଦେଶର ଅନ୍ୟାନ୍ୟ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଇମିଗ୍ରେସନ ବ୍ୟୁରୋ ଦ୍ୱାରା ସୃଷ୍ଟି କରାଯାଇଥିବା ଏକ ସତର୍କତା । ଯାହା ଅପରାଧିକ କାର୍ଯ୍ୟକଳାପରେ ଅଭିଯୁକ୍ତ କିମ୍ବା ଆଇନଗତ ମାମଲାରେ ନାମିତ ଲୋକଙ୍କୁ ଭାରତ ଛାଡିବାରୁ ରୋକିବ । କେନ୍ଦ୍ର ସରକାର କୋର୍ଟକୁ ଏହା ମଧ୍ୟ କହିଛନ୍ତି ସୌରଭଙ୍କ ପାସପୋର୍ଟରେ କିଛି ବିସଙ୍ଗତି ତାଙ୍କର ଭାରତୀୟ ନାଗରିକତା ଉପରେ ପ୍ରଭାବ ପକାଇପାରେ । ତଥାପି ଦାସଙ୍କ ଓକିଲ କହିଛନ୍ତି, ସେମାନଙ୍କୁ କୌଣସି ଏଲଓସି ବିଷୟରେ ସୂଚନା ଦିଆଯାଇନାହିଁ ।

ସୌରଭ କକରୋଚ୍ ଜନତା ପାର୍ଟି ବା ସିଜେପିର ମୁଖ୍ୟ ଚେହେରାଙ୍କ ମଧ୍ୟରେ ଜଣେ । କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ସହ ଜଡିତ । ତାଙ୍କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ କାଯ୍ୟ ର୍କ୍ରମରେ ଯୋଗଦେବାକୁ ନିମନ୍ତ୍ରଣ ଥିଲା । ସିଜେପି ଆନେ୍ଦାଳନ ବିଷୟରେ ସେଠାରେ କହିଥାନ୍ତେ ସୌରଭ । ହେଲେ ବିମାନବନ୍ଦରରେ ତାଙ୍କୁ ଅଟକାଇଥିଲେ ଇମିଗ୍ରେସନ ଟିମ୍ । ବୁଧବାର ବୈଦେଶିକ ମନ୍ତ୍ରାଳୟର ଏକ ସୂଚନା ଅନୁସାରେ ଚେନ୍ନାଇର ଆଂଚଳିକ ପାସପୋର୍ଟ କାର୍ଯ୍ୟାଳୟ ସୋମବାର ସୌରଭକୁ ଏକ ନୋଟିସ୍ ଜାରି କରିଥିଲା । ଯେଉଁଥିରେ ତାଙ୍କୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସୂଚନା ପରେ ତାଙ୍କ ପାସପୋର୍ଟ ଜନ୍ମସ୍ଥାନରେ ଥିବା ଅସଙ୍ଗତି ବିଷୟରେ ଏକ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଥିଲା । ପରେ ମାମଲାରେ ଆଶ୍ୱସ୍ତି ପାଇଁ ଉଚ୍ଚ ନ୍ୟାୟାଳୟକୁ ଆସିଥିଲେ । ହେଲେ ଏଠାରେ କେନ୍ଦ୍ର ସରକାର ଏଲଓସି ଜାରି କରିଦେଇଛନ୍ତି ।

ସିଜେପି ଯାହା ଯୁବପିଢୀଙ୍କ ଦାବି ଉପସ୍ଥାପନ କରେ ତାର ପ୍ରତିଷ୍ଠାତା ହେଉଛନ୍ତି ଅଭିଜିତ ଦୀପକେ । ଜୁନ ମାସରେ ନିଟ୍ ପେପର ଲିକ୍ ବିରୋଧରେ ପ୍ରତିବାଦ ପରେ କେନ୍ଦ୍ର୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଯଦିଓ ସିଜେପି ଆନୁଷ୍ଠାନିକ ଭାବେ କୌଣସି ରାଜନୈତିକ ଦଳ ସହ ସମ୍ପର୍କ ଘୋଷଣା କରିନାହିଁ, ଏହାର ନେତା କିନ୍ତୁ ବିରୋଧୀଙ୍କ ସହ ବେଶି ଘନିଷ୍ଠ । ଶାସକ ବିଜେପି ପକ୍ଷରୁ ଏହାକୁ ନେଇ କଡା ସମାଲୋଚନା କରାଯାଇଛି । ସିଜେପି ଭୋଟରଙ୍କୁ ଭ୍ରମିତ କରୁଥିବା ବିଜେପି କହିଛି ।

Leave A Reply

Your email address will not be published.