Latest Odisha News

BREAKING NEWS

ସରକାରଙ୍କ ବଡ଼ ଘୋଷଣା; ପୁରୁଷଙ୍କୁ ମିଳିବ ୧୫ ଦିନର ପିତୃତ୍ୱ ଛୁଟି

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ପିତୃତ୍ୱ ଛୁଟି ଘୋଷଣା କରିଛନ୍ତି। ପୁରୁଷ କର୍ମଚାରୀମାନେ ୧୫ ଦିନର ପିତୃତ୍ୱ ଛୁଟି ପାଇବେ। କର୍ମଚାରୀମାନେ ଶିଶୁ ଜନ୍ମର ୧୫ ଦିନ ପୂର୍ବରୁ କିମ୍ବା ଜନ୍ମର ଛଅ ମାସ ମଧ୍ୟରେ ଏହି ପିତୃତ୍ୱ ଛୁଟି ପାଇପାରିବେ।

ତାମିଲନାଡୁ ସରକାର ଘୋଷଣା କରିଛନ୍ତି ଯେ ପୁରୁଷ ସରକାରୀ କର୍ମଚାରୀଙ୍କଠାରୁ ପିତୃତ୍ୱ ଛୁଟି ପ୍ରଚଳନ କରିବା ପାଇଁ ସରକାର ଅନେକ ଅନୁରୋଧ ପାଇବା ପରେ ଏହି ପଦକ୍ଷେପ ନିଆଯାଇଛି। ସନ୍ତାନ ପ୍ରସବ ମା’ ଏବଂ ଶିଶୁ ଉଭୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟ ମଧ୍ୟରେ ଶାରୀରିକ ଏବଂ ମାନସିକ ସହାୟତା ପ୍ରଦାନ କରିବା ସହିତ, ଶିଶୁର ଯତ୍ନରେ ପିତାଙ୍କ ସମ୍ପୃକ୍ତି ଅତ୍ୟାବଶ୍ୟକ ହୋଇଥାଏ।

ଅପରପକ୍ଷରେ ତାମିଲନାଡୁରେ ମହିଳା ସରକାରୀ କର୍ମଚାରୀମାନେ ପୂର୍ବରୁ ୩୬୫ ଦିନର ମାତୃତ୍ୱ ଛୁଟି ପାଉଛନ୍ତି। ତାମିଲନାଡୁ ସରକାର ଅଗଷ୍ଟରେ ଘୋଷଣା କରିଥିଲେ ଯେ ତୃତୀୟ ଥର ପାଇଁ ମା ହେବାକୁ ଯାଉଥିବା ମହିଳା କର୍ମଚାରୀଙ୍କ ପାଇଁ ମଧ୍ୟ ୧୨ ସପ୍ତାହରୁ ୩୬୫ ଦିନକୁ ବୃଦ୍ଧି କରାଯିବ।

Leave A Reply

Your email address will not be published.