Latest Odisha News

BREAKING NEWS

୧୯ତମ ଦିନରେ ପୁଣି ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତିମଣତି

ପୁରୀ: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ୧୯ତମ ଦିନରେ ପହଞ୍ଚିଛି। ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ଗଣତି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ୯୭ ଘଣ୍ଟାରେ ପହଞ୍ଚିଛି। ନଭେମ୍ବର ୨୬ ଓ ୨୭ ତାରିଖ ପାଇଁ ଏହି ଦୁଇଦିନିଆ ଗଣତି କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ଏହା ପୂର୍ବରୁ ଶେଷଥର ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଗଣତି ହୋଇଥିଲା। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଏହି ଗଣତି କାର୍ଯ୍ୟ କରାଯାଉଛି। ଅନୁମୋଦିତ ବ୍ୟକ୍ତିମାନଙ୍କ ଜରିଆରେ ଏହା ସମ୍ପାଦନ ହେଉଛି ।

ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁଯାୟୀ ଅନୁମୋଦିତ ବ୍ୟକ୍ତିମାନେ ଭିତରକୁ ପ୍ରବେଶ କରି ଗଣତି କରୁଛନ୍ତି। ସମ୍ଭବତଃ ଖଟ ଶେଜ ଘରର କାଠ ବାକ୍ସରେ ଥିବା ଅଳଙ୍କାରଗୁଡ଼ିକର ଗଣତିମଣତି ଚାଲିଛି। ଗଣତି ଚାଲିଥିବା ସମୟରେ ଭକ୍ତମାନଙ୍କ ପାଇଁ ବାହାର କାଠ ନିକଟରୁ ଶ୍ରୀଜିଉଙ୍କ ଦର୍ଶନ ବ୍ୟବସ୍ଥା ରହିଛି ଏବଂ ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ବାଧା ନ ଉପୁଜେ ସେଥିପ୍ରତି ଧ୍ୟାନ ଦିଆଯାଇଛି।

ପାଳିଆ ସେବାରେ ଥିବା ସମସ୍ତ ସେବକ ବନ୍ଧୁ ଓ ନିଯୋଗଙ୍କୁ ସହଯୋଗ ଜାରି ରଖିବା ପାଇଁ ଅନୁରୋଧ କରାଯାଇଛି । ପୂର୍ବ ଭଳି ଗଣତି ସମୟରେ ଭକ୍ତଙ୍କ ପାଇଁ ବାହାର କାଠରୁ ଦର୍ଶନ ବ୍ୟବସ୍ଥା ରହିବ। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼େ, ସେଥିପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବାକୁ ଗୁରୁତ୍ୱ ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୯୭ ଘଣ୍ଟାରେ ଗଣତି ପକ୍ରିୟା ପହଞ୍ଚିଛି ।

ସେପଟେ ପୂର୍ବ ଭଳି ଗଣତି ମଣତି ପାଇଁ ବାହାରିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ବସି ପୂର୍ବାହ୍ନ ସମୟରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଅଧିକାରୀ । ତେବେ ଗତକାଲି ସୁଦ୍ଧା ୫ ନମ୍ବର ବିଶିଷ୍ଟ ଆଲମିରା ଓ ୨ ନମ୍ବର ବିଶିଷ୍ଟ ସିନ୍ଦୁକ ଭିତରେ ଥିବା ଅଳଙ୍କାରର ଚାଲିଛି ଗଣତି । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସପି ପ୍ରତୀକ ସିଂ ପ୍ରମୁଖଙ୍କ ଉପସ୍ଥିତିରେ ଗଣତି ମଣତି କରାଯିବ ।

 

Leave A Reply

Your email address will not be published.