ବିଶ୍ୱର ଅଗ୍ରଣୀ ସଫ୍ଟୱେର୍ କମ୍ପାନି ତଥା ୟୁରୋପର ସର୍ବବୃହତ ଟେକ୍ ଜ୍ୟାଣ୍ଟ୍ SAP ଏହାର ସମଗ୍ର କାର୍ଯ୍ୟକ୍ଷେତ୍ରକୁ କୃତ୍ରିମ ପ୍ରଜ୍ଞା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କରିବା ପାଇଁ ଏକ ବଡ଼ଧରଣର ପୁନଃଗଠନ ଯୋଜନା ପ୍ରସ୍ତୁତ କରୁଛି। ଏହି ରୂପରେଖା ଅଧୀନରେ କମ୍ପାନି ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ବିଚାରବିମର୍ଷ ଜାରି ରଖିଛି।
ବ୍ଲୁମବର୍ଗର ରିପୋର୍ଟ ମୁତାବକ, ଏହି ସମ୍ଭାବ୍ୟ ଛଟେଇ କମ୍ପାନିର ବିଶ୍ୱସ୍ତରୀୟ ମୋଟ କର୍ମଚାରୀ ସଂଖ୍ୟାର ପ୍ରାୟ ୯ ପ୍ରତିଶତ କିମ୍ବା ତାଠାରୁ ଅଧିକ ଅଟେ। କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ରିଷ୍ଟିଆନ୍ ଙ୍କ ନେତୃତ୍ୱରେ ଏହି କଠୋର ପଦକ୍ଷେପ ନିଆଯାଉଛି, ଯିଏକି AI-ଫାଷ୍ଟ କୌଶଳକୁ ଦ୍ରୁତଗତିରେ ଆପଣାଇବା ପାଇଁ ପ୍ରଡକ୍ଟ ଡେଭଲପମେଣ୍ଟ୍ ଏବଂ ବିକ୍ରୟ ପ୍ରକ୍ରିୟାରେ ବଡ଼ଧରଣର ଅଦଳବଦଳ କରୁଛନ୍ତି।
ଗତ କିଛି ମାସ ମଧ୍ୟରେ କମ୍ପାନି ଏହାର କାର୍ଯ୍ୟନିର୍ବାହୀ ବୋର୍ଡରେ ମଧ୍ୟ ବାରମ୍ବାର ପରିବର୍ତ୍ତନ ଆଣିଛି। ତେବେ କର୍ମଚାରୀ ପ୍ରତିନିଧିମାନଙ୍କ ସହିତ ଆଲୋଚନା ଏବଂ ଆନୁଷ୍ଠାନିକ ନିଷ୍ପତ୍ତି ପରେ ଛଟେଇର ଚୂଡ଼ାନ୍ତ ସଂଖ୍ୟା ପରିବର୍ତ୍ତିତ ହୋଇପାରେ ବୋଲି ଜଣାପଡ଼ିଛି। ଗତ କିଛି ବର୍ଷ ହେବ ବିଶ୍ୱର ପ୍ରମୁଖ ଟେକ୍ କମ୍ପାନିଗୁଡ଼ିକ AI କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ସହ ଅନାବଶ୍ୟକ ଖର୍ଚ୍ଚକାଳକୁ ଗୁରୁତ୍ୱ ଦେଉଥିବାବେଳେ SAPର ଏହି ପଦକ୍ଷେପ ସମଗ୍ର ଟେକ୍ ଜଗତରେ ଏକ ବଡ଼ ଚାଞ୍ଚଲ୍ୟ ସୃଷ୍ଟି କରିଛି।
