Latest Odisha News

BREAKING NEWS

ତଦନ୍ତ ସମୟରେ ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ତଦନ୍ତ ପାଇଁ ଗାଁକୁ ଯାଇଥିବା ବେଳେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି ଥାନା ଅଧିକାରୀ ଦିଲ୍ଲୀପ ଧଳ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ।

ଗଡ଼ିଶାଗୋଦା ଥାନା ଅଧିକାରୀ ଦିଲ୍ଲୀପ ଧଳ ଏକ ଅଭିଯୋଗର ତଦନ୍ତ କରିବା ପାଇଁ ବଡ଼ଓରା ଗ୍ରାମକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ଆଇଆଇସିଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ତେବେ କେଉଁ କାରଣରୁ ତାଙ୍କ ଉପରେ ଏଭଳି ଆକ୍ରମଣ ହେଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ତଦନ୍ତ ପରେ ସମସ୍ତ ଘଟଣା ସାମ୍ନାକୁ ଆସିବ ।

Leave A Reply

Your email address will not be published.