Latest Odisha News

BREAKING NEWS

ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ପୁରୋଧା ରାଧାମୋହନ ଗଡନାୟକଙ୍କ ଶ୍ରାଦ୍ଧବାର୍ଷିକୀ; ଜାଣନ୍ତୁ ତାଙ୍କ ଜୀବନ କାହାଣୀ

ଭୁବନେଶ୍ୱର: କୁହାଯାଏ କବିବର ରାଧାନାଥ ରାୟ ଉନବିଂଶ ଶତାବ୍ଦୀର ଉତ୍ତର ଭାଗରେ ଯେଉଁ ଆଧୁନିକ ଓଡିଆ କାବ୍ୟ-ସାହିତ୍ୟର ଯେଉଁ ସୌଧ ନିର୍ମାଣ କରିଥିଲେ, ପରବର୍ତ୍ତୀ ସମୟରେ ରାଧାମୋହନ ଗଡନାୟକ ଏକ ବିଶେଷ ଅଂଶ ସମ୍ପୂର୍ଣ୍ଣ କରିପାରିଥିଲେ ।

୧୯୧୧ ମସିହାରେ ଅନୁଗୁଳ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ ।

ମାତ୍ର ୮ ବର୍ଷ ବୟସରେ ସେ ପ୍ରଥମ କବିତା ‘ତାରା’ ରଚନା କରିଥିଲେ । ପରେପରେ ‘ସହକାର’, ‘ନବଯୁଗ’, ‘ପଞ୍ଚାମୃତ’, ‘ଉତ୍କଳ ସାହିତ୍ୟ’, ‘ଗଡଜାତ ବାସିନୀ’ ଆଦି କବିତା ପ୍ରକାଶିତ ହେବା ସହ ଖ୍ୟାତି ଅର୍ଜନ କରିଥିଲା ।

ଏହାବ୍ୟତିତ ସେ ଖ୍ରୀଷ୍ଟ କଲେଜରେ ଆଇଏ ପଢୁଥିବା ବେଳେ ତାଙ୍କ ରଚିତ କାବ୍ୟନାୟିକା ଉକ୍ତ ଶ୍ରେଣୀର ପାଠ୍ୟ ଅନ୍ତର୍ଭୁକ୍ତ ହୋଇଥିଲା ।

ଆଧୁନିକ ସାହିତ୍ୟ ଜଗତରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ଉତ୍କଳଶ୍ରୀ, ଉତ୍କଳ ରତ୍ନ, ପଦ୍ମଶ୍ରୀ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଭଳି ବହୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

୨୦୦୦ ମସିହା ଫେବୃଆରୀ ୨୧ ତାରିଖରେ ସେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।

 

Leave A Reply

Your email address will not be published.