Latest Odisha News

BREAKING NEWS

ବିଜେଡି ଘୋଷଣା କଲା ଜିଲ୍ଲା ସଭାପତି ତାଲିକା; ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସଭାପତି କିଏ ?

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜିଲ୍ଲା ସଭାପତି ତାଲିକା ଘୋଷଣା କରିଛନ୍ତି  । ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ଜଣ ହେଉଛନ୍ତି ପୁରୁଣା ଓ ୧୯ଜଣ ନୂଆ ଚେହେରା ରହିଛନ୍ତି ।

 

ଅନଗୁଳର ବିଜେଡି ଜିଲ୍ଲା ସଭାପତି ହେଲେ ମହେନ୍ଦ୍ର ବସ୍ତିଆ । ବାଲେଶ୍ୱରରେ ରବିନ୍ଦ୍ର କୁମାର ଜେନା, ବରଗଡରେ ବିଜୟ ରଂଜନ ସିଂହ ବରିହା, ଭଦ୍ରକରେ ଜଗନ୍ନାଥ ସ୍ୱାଇଁ, ଭୁବନେଶ୍ୱରରେ ଅନନ୍ତ ନାରାୟଣ ଜେନା, ବଲାଙ୍ଗୀରରେ ଟୁୁକନି ସାହୁ, ବୌଦ୍ଧରେ ମହିଧର ରଣା, କଟକରେ ଦେବାଶିଷ ସାମନ୍ତରାୟ, ଦେବଗଡରେ ରୋମାଂଚ ରଂଜନ ବିଶ୍ୱାଳ, ଢ଼େଙ୍କାନାଳରେ ପ୍ରଫୁଲ୍ଲ ମଲ୍ଲିକ, ଗଜପତିରେ ପ୍ରଦୀପ ନାୟକ, ଗଞ୍ଜାମରେ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି ।

ସେହିଭଳି ସରୋଜ ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଝାରସୁଗୁଡାରେ କିଶୋର ମହାନ୍ତି ଓ କଳାହାଣ୍ଡିରେ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଜିଲ୍ଲା ସଭାପତି ଘୋଷଣା କରାଯାଇଛି । କନ୍ଧମାଳରେ ସରୋଜ କୁମାର କର୍ଣ୍ଣ, କେନ୍ଦ୍ରାପଡାରେ ଉତ୍କଳ କେଶରୀ ପରିଡା, କେନ୍ଦୁଝରରେ ମାଧବ ସର୍ଦ୍ଦାର, ଖୋର୍ଦ୍ଧାରେ ବିଭୂତି ଭୂଷଣ ବଳବନ୍ତରାୟ, କୋରାପୁଟରେ ଇଶ୍ୱର ପାଣିଗ୍ରାହୀ, ମାଲକାନଗିରିରେ ପୂର୍ଣ୍ଣଚନ୍ଦ୍ର ବାକା, ମୟୁରଭଞ୍ଜ ସଦରରେ ସୁଦାମ ମାରାଣ୍ଡି, ମୟୁରଭଞ୍ଜରେ କାଶୀନାଥ ହେମ୍ବ୍ରମ, ନବରଙ୍ଗପୁରରେ ରମେଶ ଚନ୍ଦ୍ର ମାଝୀ, ନୟାଗଡରେ ରମେଶ ବେହେରା, ନୂଆପଡାରେ ମନୋଜ ମିଶ୍ର, ପୁରୀରେ ମହେଶ୍ୱର ମହାନ୍ତି, ରାୟଗଡାରେ ସୁଧୀର ଦାସ, ରାଉରକେଲାରେ ଶାରଦା ପ୍ରସାଦ ନାୟକ, ସମ୍ବଲପୁରରେ ସିଦ୍ଧାର୍ଥ ଦାସ, ସୁବର୍ଣ୍ଣପୁରରେ ସରୋଜ କାମ୍ପା, ସୁନ୍ଦରଗଡରେ ବିନୟ ଟପ୍ପୋଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ମିଳିଛି ।

Leave A Reply

Your email address will not be published.