Latest Odisha News

BREAKING NEWS

ରଣଜୀ ଟ୍ରଫି: ବେଙ୍ଗଲ ୧୬୧ ରନରେ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ତୃତୀୟ ଦିବସ ଶେଷ ସୁଦ୍ଧା ବେଙ୍ଗଲ ୧୬୧ ରନ ଆଗରେ ରହିଛି । ଦ୍ୱିତୀୟ ଇନିଂସରେ ବେଙ୍ଗଲ ପକ୍ଷରୁ କୌଶିକ ଘୋଷ ୪୧ ଓ ଅଭିମନ୍ୟୁ ଈଶ୍ୱରନ ୩୦ ରନ କରିଥିଲେ । ଓଡିଶାର ଗୋବିନ୍ଦ ପୋଦ୍ଦାର ଓ ଅନୁରାଗ ଷଡଙ୍ଗୀ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ବେଙ୍ଗଲର ପ୍ରଥମ ଇନିଂସ ସ୍କୋର ୩୩୨ ରନ ଜବାବରେ ଓଡିଶା ୨୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଶାନ୍ତନୁ ମିଶ୍ର(୬୨), ଦେବାଶୀଷ ସାମନ୍ତରାୟ (୬୮) ଓ ଶୁଭ୍ରାଂଶୁ ସେନାପତି (୪୬)ଙ୍କ ବ୍ୟତୀତ ଅନ୍ୟ କୌଣସି ଓଡିଶା ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିପାରି ନ ଥିଲେ । ବେଙ୍ଗଲ ପକ୍ଷରୁ ଈଶାନ ପୋରେଲ, ନୀଳକଣ୍ଠ ଦାସ ଓ ମୁକେଶ କୁମାର ୩ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.