ଭୁୁବନେଶ୍ୱର: ବାଙ୍ଗୋପସାଗରରେ ଆଣ୍ଟି-ସାଇକ୍ଲୋନିକ ସାର୍କୁଲେସନ କାରଣରୁ ପ୍ରଚଣ୍ଡ ବର୍ଷାକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ ଓଡିଶାର କେତେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି । ଆଣ୍ଟି-ସାଇକ୍ଲୋନିକ ସାର୍କୁଲେସନ ପୂର୍ବ / ଦକ୍ଷିଣ-ପୂର୍ବ ଦିଗରୁ ଜଳୀୟବାଷ୍ପ ଭରା ବାୟୁପ୍ରବାହକୁ ଶକ୍ତିଶାଳୀ କରିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି । ଫେବୃଆରୀ ୨୪ରୁ ଆରମ୍ଭ ହେବାକୁ ଥିବା ପ୍ରଚଣ୍ଡ ବର୍ଷା ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ।
ରବିବାର ଦିନ ଠାରୁ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଘଡଘଡି ବର୍ଷା ହେବ ।
ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ, ଅନୁଗୁଳ ଓ ଢ଼େଙ୍କାନାଳରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହି ଜିଲ୍ଲାଗୁଡିକରେ ଫେବୃଆରୀ ୨୪ରୁ ୨୫ ମଧ୍ୟରେ ଝଡତୋଫାନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା, ଉତ୍ତର-ଉପକୂଳ କ୍ଷେତ୍ରର କିଛି ସ୍ଥାନ, ଖୋର୍ଦ୍ଧା, ପୁରୀ, ନୟାଗଡ, ବୈାଦ୍ଧ ଓ ସୋନପୁର ଜିଲ୍ଲାରେ ଏବଂ ଅନ୍ୟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ସେମାବାର ଦିନ ସମ୍ବଲପୁର ଓ ଦେବଗଡର କିଛି ସ୍ଥାନରେ ପ୍ରଚଣ୍ଡ ବର୍ଷା ହୋଇପାରେ ।
ମଙ୍ଗଳବାର ଓ ବୁଧବାର ସକାଳେ ଉତ୍ତର ଉପୂକଳ ଅଂଚଳ, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ସେହି ସମାନ ଧରଣର ପାଗ ପରିଲକ୍ଷିତ ହେବ । ଉପକୂଳ ଓଡିଶାର କିଛି ସ୍ଥାନ ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଏହି ସମୟରେ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।
Comments are closed.