Latest Odisha News

BREAKING NEWS

କରୋନା ଭାଇରସରୁ ଝିଅକୁ ରକ୍ଷା କରିବା ପାଇଁ ମାଆର ଅଭିନବ ପ୍ରୟାସ

ଉହାନ: ଚୀନର ହୁବଇ ପ୍ରାନ୍ତର ଏକ ଗାଁରେ ୭ ବର୍ଷର ବି ମେନଗୀ ନାମକ ଝିଅର ମାଆ ତାଙ୍କ ପାଇଁ ଏକ ପଲିଥିନର ଟେଣ୍ଟ ତିଆରି କରିଛନ୍ତି । ଯେଉଁଥିରୁ ସେ କରୋନା ଭାଇରସର ସଂକ୍ରମଣରୁ ବଂଚିପାରିବେ ଓ ଅନଲାଇନରେ କ୍ଲାସ କରିପାରିବେ । ଘର ଭିତରେ ଇଣ୍ଟରନେଟ୍ କନେକ୍ସନ ଦୁର୍ବଳ ଥିବାରୁ ମନେଗୀ ଘର ବାହାରେ ପାଠ ପଢ଼ନ୍ତି । ସେଥିପାଇଁ ତାଙ୍କ ମାଆ ପଲିଥିନରେ ଆଣ୍ଟି-କରୋନା ଭାଇରସ ଟେଣ୍ଟ ତିଆରି କରିଛନ୍ତି ।

ଚୀନରେ କରୋନାର ପ୍ରକୋପ ଏତେ ଭୟଙ୍କର ଯେ ସମସ୍ତ ସ୍କୁଲ, କଲେଜ, ବଜାର, ଯାନବାହାନ ସବୁ ବନ୍ଦ ଅଛି । ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଅଧିକାଂଶ ଲୋକ ନିଜ ଘରୁ କାମ କରୁଛନ୍ତି । ସ୍କୁଲ ମଧ୍ୟ ବନ୍ଦ ଥିବା ହେତୁ ଛାତ୍ରଛାତ୍ରୀ ଘରେ ଅନଲାଇନ କ୍ଲାସ ନେଉଛନ୍ତି । ତେବେ ତାଙ୍କ ମାଆ ଝିଅକୁ କରୋନା ଭାଇରସର ସଂକ୍ରମଣରୁ ରକ୍ଷା କରିବା ପାଇଁ ଏକ ଆଣ୍ଟି-କରୋନା ଭାଇରସ ଟେଣ୍ଟ ତିଆରି କରିଛନ୍ତି । ଯେଉଁଥିରେ ମେନଗୀ ପଢ଼ୁଥିବାର ନଜର ଆସୁଛନ୍ତି ।

Comments are closed.