Latest Odisha News

ମହିଳା କ୍ରିକେଟ: ଆନ୍ଧ୍ରକୁ ହରଇଲା ଓଡିଶା

କଟକ: ମାଧୁରୀ ମେହେଟ୍ଟା ଓ ସରିତା ମେହେରଙ୍କ ଅର୍ଧଶତକୀୟ ପାଳି ଯୋଗୁଁ ଥାନେରେ ଚାଲିଥିବା ଅନ୍ତଃରାଜ୍ୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟରେ ଓଡ଼ିଶା ୫୨ ରନ୍‌ରେ ଆନ୍ଧ୍ରପ୍ରଦେଶକୁ ହରାଇଛି। ମାଧୁରୀ ୬୬ ଓ ସରିତା ୭୨ ରନ୍‌ରେ ଆଉଟ୍‌ ହୋଇଥିଲେ। ୫୦ ଓଭରରେ ଓଡ଼ିଶା ୪ ଵିକେଟ୍‌ରେ ୨୩୮ ରନ୍‌ କରିଥିଲା। ୨୩୯ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଆନ୍ଧ୍ର ୪୪ ଓଭରରେ ୧୮୬ ରନ୍‌ କରିପାରିଥିଲା।

ପ୍ରିୟଙ୍କା ପ୍ରିୟଦର୍ଶିନୀ ୩, ସୁଶ୍ରୀ ଦିବ୍ୟଦର୍ଶିନୀ ୨ ଵିକେଟ ନେଇଥିଲେ। ଓଡ଼ିଶା ୪ ମ୍ୟାଚ୍‌ରୁ ୩ ଜିତିଥିବା ବେଳେ ପରବର୍ତ୍ତୀ ମ୍ୟାଚ୍‌ ୨୭ ତାରିଖରେ ମୁମ୍ବାଇ ବିପକ୍ଷରେ ଖେଳିବ।

Comments are closed.