ଚେନ୍ନାଇ: ନାଗରିକ ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସିଏଏକୁ ନେଇ ସେ କହିଛନ୍ତି ଏହା ଇସଲାମିକ୍ ଓ କେନ୍ଦ୍ର ସରକାର ଭିତରର ଯୁଦ୍ଧ ନୁହେଁ । ବରଂ ଭାରତର ଜନସାଧାରଣ ଏବଂ ବିଜେପି ମଧ୍ୟର ଯୁଦ୍ଧ । ବିଜେପି ଅର୍ଥବ୍ୟବସ୍ଥାକୁ ନେଇ ଆଲୋଚନା କରିବା ବଦଳରେ ସିଏଏ ଏବଂ ଏନଆରସି କଥା କହୁଛି । ସିଏଏ ଆଇନକୁ ଚିଦାମ୍ବରମ ପରୋକ୍ଷରେ କଟାକ୍ଷ ମଧ୍ୟ କରିଛନ୍ତି । ଏପରିକି ଚିଦାମ୍ବରମ କହିଛନ୍ତି, ଭାରତ ଗସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କୁ ମୋଦୀ ପଚାରନ୍ତ. ଆସାମରୁ ୧୯ ଲକ୍ଷ ଲୋକଙ୍କୁ ପ୍ରତ୍ୟର୍ପଣ କରିବା ସମ୍ଭବ କି ନାହିଁ । ଚେନ୍ନାଇରେ ସିଏଏ ବିରୋଧୀ କାର୍ଯ୍ୟକ୍ରମରେ ଯୋଗଦେଇ ଚିଦାମ୍ବରମ କିଛି ଏଭଳି କହିଛନ୍ତି ।
BREAKING NEWS
- ଲାଞ୍ଚ ନେଇ ବନ୍ଧା ହେଲେ ପଶୁଚିକିତ୍ସା କାର୍ଯ୍ୟାଳୟର କର୍ମୀ
- ମାଓ ସଂଗଠନ ପାଇଁ ଅଡିଓ ବାର୍ତ୍ତା ଜାରି କଲେ ଡିଜିପି; ସରେଣ୍ଡର ପାଇଁ ଏହି ଫୋନ୍ ନଂରେ ଯୋଗାଯୋଗ କରନ୍ତୁ…
- ମହିଳା ଚଳାଇବେ ଆମ ବସ୍, ଟ୍ରେନିଂ ପାଇଁ ଗଲେ ପୁଣେ
- କାଙ୍ଗାଳ ପାକିସ୍ତାନର ନିଚ୍ଛକ ସତ, ଇଜ୍ଜତ ବିକି ମାଗୁଛି କରଜ
- ପ୍ରଥମ ରାଷ୍ଟ୍ରପତି ଭାବେ ମା’ ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ
- ଅରିଜିତଙ୍କୁ ବଡ ଅନୁରୋଧ କଲେ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ
- Dhurandhar Song In Guinness World Record: ସାରା ବିଶ୍ୱରେ କ୍ରେଜ୍ ବଢ଼ାଇଛି ଧୁରନ୍ଧର୍ ସିନେମାର ଏହି ଗୀତ, ଭାଙ୍ଗିଲା ଗିନିଜ୍ ବିଶ୍ୱ ରେକର୍ଡ…ଖୁବ୍ ଶୀଘ୍ର ଭାରତ ଆସିବେ ଗାୟକ
- Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ ବିଧାୟକ…
- ଓଡ଼ିଆ ଭାଷାରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ; ଜିଲ୍ଲା ସଦର ମହକୁମା ବହି ଦୋକାନରେ ଉପଲବ୍ଧ ହେବ
- ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ
Comments are closed.