ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାବରମତୀ ଆଶ୍ରମରେ ପହଂଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳୀ ଦେଇଛନ୍ତି । ଗାନ୍ଧିଜୀଙ୍କ ଆଶ୍ରମକୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ରମ୍ପ ଏବଂ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ଟ୍ରମ୍ପ ଦମ୍ପତ୍ତି ପୁରା ସାବରମତୀ ଆଶ୍ରମ ବୁଲି ଦେଖିଥିଲେ ।
ଏହାପରେ ଗାନ୍ଧିଜୀଙ୍କ ଚରଖା ବୁଲାଇଥିଲେ ଟ୍ରମ୍ପ ଦମ୍ପତ୍ତି । ପରେ ଗାନ୍ଧୀଙ୍କ ପ୍ରିୟ ୩ ମାଙ୍କଡକୁ ମଧ୍ୟ ଭେଟିଥିଲେ ଟ୍ରମ୍ପ । ମୋଦି ଏହି ସମୟରେ ଏହାର ଗୁରୁତ୍ୱ ଏବଂ ଗାନ୍ଧିଙ୍କର ଏମାନେ କାହିଁକି ପ୍ରିୟ ସେହି ବିଷୟରେ ବୁଝାଇଥିଲେ ।
Gujarat: US President Donald Trump writes a message in the visitors’ book at the Sabarmati Ashram, ‘To my great friend Prime Minister Modi…Thank You, Wonderful Visit!’ pic.twitter.com/mxpJbSMg4W
— ANI (@ANI) February 24, 2020
ଏହାପରେ ସାବରମତୀର ଭିଜିଟର୍ସ ବୁକ୍ରେ ଟ୍ରମ୍ପ ଏକ ନିଆରା ବାର୍ତ୍ତା ଲେଖିଥିଲେ । ସେ ଏହି ବାର୍ତ୍ତା ତାଙ୍କର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଲେଖିଥିଲେ । ସେ ଏଥିରେ ଲେଖିଥିଲେ ଯେ, ‘ଗେଟ୍ ଫ୍ରେଣ୍ଡ’ ନରେନ୍ଦ୍ର ମୋଦି । ଏହି ଯାତ୍ରା ପାଇଁ ଧନ୍ୟବାଦ । ଏଥିସହ ଟ୍ରମ୍ପ ଏବଂ ମେଲାନିଆ ତଳେ ସ୍ୱାକ୍ଷର କରିଥିଲେ । କିନ୍ତୁ ଗାନ୍ଧିଜୀଙ୍କ ବିଷୟରେ କିଛି ବି ଲେଖିନଥିଲେ ।
Comments are closed.