ଅହମ୍ମଦାବାଦ: ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବିପଦ । ଆତଙ୍କବାଦ ବିରୋଧରେ ଲଢେ଼ଇ ଜାରି ରହିବ । ଦୁଇ ଦେଶ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢେ଼ଇ କରିବେ । ଆତଙ୍କବାଦକୁ କ୍ଷମା କରାଯିବ ନାହିଁ । ଦେଶ ପାଇଁ ବିପଦ ଆସିଲେ ସବୁ ପରିସ୍ଥିତିରେ ମୁକାବିଲା କରାଯିବ ବୋଲି ଟ୍ରମ୍ପ କହିଛନ୍ତି।
କଠୋର ଇସଲାମିକ ଆତଙ୍କବାଦୀଙ୍କୁ ନିପାତ କରାଯିବ । ଆତଙ୍କବାଦୀ ବିରୋଧରେ ପାକିସ୍ତାନ ପଦକ୍ଷେପ ନେଉ । ପାକିସ୍ତାନ ଆତଙ୍କବାଦୀ ଉପରେ ଲଗାମ ଲଗାଉ । ପ୍ରଥମେ ନିଜ ଦେଶରୁ ଆତଙ୍କବାଦୀଙ୍କୁ ମୂଳପୋଛ କରୁ ବୋଲି ଟ୍ରମ୍ପ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆମେ ଆଇଏସ୍ଆଇ,ସ୍ର କୁଖ୍ୟାତ ଆତଙ୍କବାଦୀ ବାଗଦାଦୀକୁ ମାରିଛୁ ।
ଆତଙ୍କବାଦର ବିପଦରୁ ଆମର ନାଗରିକମାନଙ୍କୁ ରକ୍ଷା କରିବା ଲାଗି ଦୁଇ ଦେଶ ମିଶି କାମ କରିବୁ ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ ପାକିସ୍ତାନ ମାଟିରେ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆତଙ୍କବାଦ ବିରୋଧରେ ପାକିସ୍ତାନ କଡା ପଦକ୍ଷେପ ନେଉ ବୋଲି ଟ୍ରମ୍ପ କହିଛନ୍ତି ।
ସୂଚନାଯୋଗ୍ୟ, ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଅହମ୍ମଦାବାଦ ସ୍ଥିତ ସାବରମତୀ ଆଶ୍ରମ ପରିଦର୍ଶନ ପରେ ରୋଡ୍ ଶୋ’ରେ ଯାଇ ମୋଟେରା ଷ୍ଟାଡିୟମରେ ପହଂଚିଥିଲେ । ଏଠାରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଦେଶବାସୀଙ୍କୁ ସମ୍ଭୋଧନ କରିଥିଲେ । ସେ ପ୍ରଥମେ ନିଜ ଅଭିଭାଷଣରେ ନମସ୍ତେ କହି ମୋଦୀଙ୍କୁ ପ୍ରଂଶସା କରିଥିଲେ ।
BREAKING NEWS
- ପ୍ରବଳ ବର୍ଷା ପରେ ଭୂସ୍ଖଳନ; ୪ ଶ୍ରମିକ ମୃତ, ୫ ଯବାନ ନିଖୋଜ
- ଦୀର୍ଘଦିନର ଦାବି ପରେ ନିଲାମ ହେଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ; ବର୍ଷକୁ ରାଜସ୍ବ ବାବଦକୁ ଦେବେ ଏତିକି ଟଙ୍କା…
- Nuclear Energy: ୨୦୪୭ ସୁଦ୍ଧା ୧୦୦ GW ପରମାଣୁ ଶକ୍ତି! ଲାଲକିଲ୍ଲାରୁ ମୋଦୀଙ୍କ ବଡ଼ ଘୋଷଣା, ଚାଲିବ ୫ ନୂଆ ରିଆକ୍ଟର!
- ଏଗ୍ରିଷ୍ଟେକ୍ ଆଇଡିକୁ ନେଇ ବଡ଼ ସ୍ପଷ୍ଟୀକରଣ, ସମସ୍ତ ପଞ୍ଜିକୃତ ଚାଷୀଙ୍କୁ ମିଳିବ ଟୋକନ
- ମାଛ ଧରିବାକୁ ଯାଇ ବନ୍ୟାଜଳରେ ଭାସିଗଲେ ଯୁବ ଶିକ୍ଷକ
- ପତାକା ଉତ୍ତୋଳନ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ
- ପତାକା ଉତ୍ତୋଳନ ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶିକ୍ଷକ ମୃତ
- PM Modi to GenZ: ଯୁବପିଢ଼ିଙ୍କ ପାଇଁ ମୋଦୀଙ୍କ ବଡ଼ ଘୋଷଣା, ମାଗଣା ଅନଲାଇନ୍ କୋଚିଂ ସହ ୧ କୋଟି ଯୁବକ-ଯୁବତୀଙ୍କୁ AI ଟ୍ରେନିଂ
- ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ନିଃଶୁଳ୍କ ପାଠ୍ୟପୁସ୍ତକ
- OCS Exam: ସିଭିଲ୍ ସର୍ଭିସ୍ ପରୀକ୍ଷା ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କୋହଳ ହେଲା ନିୟମ…

Comments are closed.