Latest Odisha News

BREAKING NEWS

ଦିଲ୍ଲୀ ହିଂସାକାଣ୍ଡ: ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି, ବିଭିନ୍ନ ସ୍କୁଲ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ଜଳୁଛି ଦିଲ୍ଲୀ । ନାଗରିକତା ଆଇନ ନିଆଁ ଜଳୁଛି। ଉତ୍ତର ପୂର୍ବ ଦିଲ୍ଲରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ସେଠାରେ ଏକ ମାସ ପାଇଁ ଦିଲ୍ଲୀ ସରକାର ୧୪୪ ଧାରା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହିଂସାରେ ଏବେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୫୧ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଦିଲ୍ଲର ମୌଜପୁର ଏବଂ ବ୍ରହ୍ମପୁରୀ ଅଂଚଳରେ ବିକ୍ଷୋଭକାରୀମାନେ ପଥରମାଡ କରିଛନ୍ତି । ଗତକାଲି ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ଆଉ ୮ ଜଣଙ୍କ ମୃତ୍ୟୁ ହୋଇଛି ।

ସିଏଏକୁ ନେଇ ହୋଇଥିବା ଏହି ହିଂସାକାଣ୍ଡର ମୃତ୍ୟୁସଂଖ୍ୟା ଇତିମଧ୍ୟରେ ୧୩ କୁ ବୃଦ୍ଧି ପାଇଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ସହରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକର ବାର୍ଷିକ ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖାଯାଇଛି ।

ଆମେରେକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥିବା ସ୍ଥାନଠାରୁ ୧୫ କିଲୋମିଟର ଦୂରରେ ହିଂସାକାଣ୍ଡ ମଧ୍ୟ ଘଟିଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ଏହି ହିଂସାକାଣ୍ଡରେ ଜଣେ ନାବାଳକ ସ୍କୁଲ ଛାତ୍ର ମଧ୍ୟ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି ।

ଦିଲ୍ଲୀ ସହରରେ ଥିବା ବିଭିନ୍ନ ସ୍କୁଲ କଲେଜ ଗୁଡ଼ିକୁ ଆସନ୍ତା କାଲି ଲାଗି ଛୁଟି ଘୋଷଣା କରାଯାଇଥିବା ବେଳେ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସ୍ଥଗିତ ରଖାଯାଇଛି ।

Comments are closed.