ଭୁବନେଶ୍ୱର: ରସୁଲଗଡ ଓଭରବ୍ରିଜରେ ସୃଷ୍ଟି ହୋଇଛି ଫାଟ । ଓଭରବ୍ରିଜର ସଂଯୋଗ ସ୍ଥଳରେ ଏକ ବିରାଟ ପଥର ଖଣ୍ଡ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଓଭରବ୍ରିଜ ଉପର ଦେଇ ଶହ ଶହ ଗାଡିମଟ ଯିବା ଆସିବା କରୁଛି । ସେହିପରି ତଳେ ମଧ୍ୟ ଲୋକେ ଯିବା ଆସିବା କରୁଛନ୍ତି । ତେବେ କେତେବେଳେ ମଧ୍ୟ ଏହି ପଥର ଖଣ୍ଡ ଖସିପାରେ ବୋଲି ଲୋକେ ଆଶଙ୍କା କରିଛନ୍ତି ।
ଖବର ଜଣାପଡିବା ପରେ ଘଟଣାସ୍ଥଳରେ ପୋଲିସ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ପହଂଚିଛନ୍ତି । ଓଭରବ୍ରିଜ୍ ତଳେ ବ୍ୟାରିକେଡ କରାଯାଇଛି । ଲୋକଙ୍କୁ ସେହି ସ୍ଥାନ ଦେଇ ଯିବା ଆସିବା କରିବା ପାଇଁ ମନା କରାଯାଇଛି । ଖୁବ୍ଶ୍ରୀଘ ସେହି ବଡ ସ୍ଲାବକୁ ଫାଟ ହୋଇଥିବା ସ୍ଥାନରୁ ବାହାର କରାଯିବ ବୋଲି ଏନ୍ଏଚ୍ଏଆଇ କର୍ତ୍ତୁପକ୍ଷ କହିଛନ୍ତି । ତେବେ କଟକ-ଭୁବନେଶ୍ୱର ରୋଡ୍ ଦେଇ ହଜାର ହଜାର ଲୋକ ଯାଆସ କରୁଥିବାରୁ ଝୁଲି ରହିଥିବା ପଥରକୁ ବାହାର କରିବା ନେଇ ସମସ୍ୟା ଦେଖା ଦେଇଛି । ସେପଟେ ଓଭରବ୍ରିଜ୍ର ଫାଟକୁ ଦେଖିବା ପାଇଁ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି ।
BREAKING NEWS
- ସୁଯୋଗ ହାତଛଡା କରୁଛନ୍ତି ସଞ୍ଜୁ ସାମସନ
- ‘Border 2’ ରିଲିଜ ପରେ ମନକଥା କହିଲେ ଦିଲଜିତ୍…
- ଫିଟ ଅଛନ୍ତି ତ ବୁମରାହ, ଚିନ୍ତା ବଢ଼ାଇଲା
- Maoists Surrender: ୪୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
- ବିଜେଡି ଛାଡ଼ି ବିଜେପିରେ ମିଶିଲେ ପାଟଣାଗଡ଼ ଏନ୍ଏସି ଉପାଧ୍ୟକ୍ଷଙ୍କ ସମେତ ୭ କାଉନ୍ସିଲର
- ଧାନ ସଂଗ୍ରହରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାଗୁଡ଼ିକ ବହୁତ ପଛରେ: ବିଜେଡି
- ଦୁନିଆରେ ମାନବ ସମାଜ ଠାରୁ ଅଧିକ ହେବ ରୋବୋଟ ସଂଖ୍ୟା..
- ବାଂଲାଦେଶ ବିପକ୍ଷରେ ଆଇସିସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ
- ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ
- କଟକ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପରେ ନୂଆ ରୂପ ପାଇବ ନଦୀକୂଳ: ମୁଖ୍ୟମନ୍ତ୍ରୀ
Comments are closed.