ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଏସ ମୁରଲିଧରଙ୍କ ବଦଳି ହୋଇଛି । ରାତାରାତି ତାଙ୍କୁ ବଦଳି କରାଯାଇଛି । ସିଏଏକୁ ନେଇ ଦିଲ୍ଲୀରେ ହିଂସା ଉଗ୍ର ରୂପ ନେଇଥିବା ବେଳେ ଏହାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସକୁ ଭର୍ତ୍ସନା କରିଥିଲେ ଏସ ମୁରଲିଧର । ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଦଳି କରାଯାଇ ପଂଜାବ-ହରିୟାଣା ହାଇକୋର୍ଟରେ ଅବସ୍ଥାପିତ କରାଯାଇଛି ।
ରାଷ୍ଟ୍ରପତି ଭବନରୁ ଜଷ୍ଟିସ ମୁରଲିଧରଙ୍କ ବଦଳି ନେଇ ଅଧିସୁଚନା ଜାରି ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େଙ୍କ ସହ ପରାମର୍ଶ କରିବା ପରେ ଏସ ମୁରଲିଧରଙ୍କୁ ଦିଲ୍ଲୀ ଉଚ୍ଚ ନ୍ୟାୟଳୟରୁ ପଂଜାବ-ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିବା ନେଇ ସୂଚନା ଜାରି କରିଛନ୍ତି । ସୁଚନା ଅନୁସାରେ, ଗତକାଲି ଏହି ମାମଲାର ଶୁଣାଣି କରାଯାଇ ଥିଲା । ତେବେ ନିଷ୍ପତିକୁ ଗୁରୁବାର ଯାଏଁ ସ୍ଥିଗିତ ରଖାଯାଇଛି ।
BREAKING NEWS
- ଇଣ୍ଡିଗୋ ସଙ୍କଟ ମଧ୍ୟରେ ରେଳବାଇର ବଡ଼ ଘୋଷଣା; ୩୭ ଟ୍ରେନରେ ଯୋଡାଗଲା ୧୧୬ କୋଚ୍
- ଟ୍ରମ୍ପଙ୍କୁ ମିଳିଲା ଶାନ୍ତି ପୁରସ୍କାର…
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
Comments are closed.