Latest Odisha News

ହ୍ରାସ ହେଲା ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା

ଅମୃତସର: ପଞ୍ଜାବ ସରକାର ନିଜ ରାଜ୍ୟର ସରକାରୀ କର୍ମଚାରୀଙ୍କ ଅବସର ବୟସ ସୀମା ହ୍ରାସ କରିଛନ୍ତି। ପୂର୍ବରୁ କର୍ମଚାରୀଙ୍କ ଅବସର ବୟସ ସୀମା ୬୦ ବର୍ଷ ହୋଇଥିବା ବେଳେ ଏହାକୁ ୨ ବର୍ଷ କମାଇ ୫୮ ବର୍ଷକୁ କମାଇ ଦେଇଛନ୍ତି।

ଶୁକ୍ରବାର ଦିନ ୨୦୨୦-୨୧ ବର୍ଷର ବଜେଟ ଉପସ୍ଥାପନା କରିବା ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ମାର୍ଚ୍ଚରୁ କର୍ମଚାରୀମାନଙ୍କୁ ୬% ଡିଏ (ମହଙ୍ଗା ଭତ୍ତା) ପ୍ରଦାନ କରାଯିବ। ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ଆସିଥିବାରୁ କର୍ମଚାରୀଙ୍କ ଲାଗି ବେତନ କମିଶନ ଲାଗୁ କରାଯିବ।

ସେହିପରି ପ୍ରାଥମିକ ସ୍କୁଲଗୁଡ଼ିକରେ ସରକାର ଛାତ୍ରଛାତ୍ରୀଙ୍କ ଲାଗି ମାଗଣା ପରିବହନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ବଜେଟରେ ୧୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

Comments are closed.