ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି ।
ଆଇଏମଡିର ସକାଳ ବୁଲେଟିନ୍ ଅନୁଯାୟୀ ଓଡିଶାର କିଛି ସ୍ଥାନରେ ନିକଟରେ ବର୍ଷା ହୋଇଥିବା କାରଣରୁ ଜଳବାୟୁ ଆଦ୍ର ରହିଛି । ଯାହାଫଳରେ ତାପମାତ୍ରା ଅଚାନକ ବୃଦ୍ଧି ହେବାସହ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ଆହୁରି ମଧ୍ୟ ମାର୍ଚ୍ଚ ୨ ବେଳକୁ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହେବ । ସେହିପରି ମାର୍ଚ୍ଚ ୩ ବେଳକୁ ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡାରେ ବର୍ଷା ହେବ ।
ଏହାବ୍ୟତିତ ଜଳବାୟୁରେ ଆର୍ଦ୍ରତା ଯୋଗୁଁ ରାତିର ତାପମାତ୍ରା ୩-୪ ଡିଗ୍ରୀ ହ୍ରାସ ପାଇବ । ଅପରପକ୍ଷରେ ଆଗାମୀ ୨ରୁ ୪ ଦିନ ମଧ୍ୟରେ ଦିନର ତାପମାତ୍ରା ୨-୪ ଡିଗ୍ରୀ ସେଲସିୟସ୍ ବଢିବ । ଏପରିକି ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
Comments are closed.