ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ସୁନାପୁର ବେଳାଭୂମିରେ ଏକ ହ୍ୱେଲ ସାର୍କ ମୁମୂର୍ଷୁ ଅବସ୍ଥାରେ ଆସି ଲାଗିଥିଲା । ପରେ ସାର୍କଟି ମୃତ ବୋଲି ଜଣାପଡିଛି । ଆଜି ସାର୍କର ଶବ ବ୍ୟବଚ୍ଛେଦ ହେବା ନେଇ ଗଞ୍ଜାମ ଡିଏଫଓ ଅମ୍ଲାନ କୁମାର ଦାସ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ଟାରେ ସୁନାପୁର ବେଳାଭୂମିରେ ଏକ ବିରାଟକାୟ ହ୍ୱେଲ ସାର୍କ ପଡି ରହିଥିବା ଦେଖିବାକୁ ମିଳିଥିଲା । ସାର୍କର ଲମ୍ବ ପ୍ରାୟ ୨୦ରୁ ୨୫ ଫୁଟ ରହିଥିବାବେଳେ ଓଜନ ପ୍ରାୟ ୧୦ କ୍ୱିଣ୍ଟାଲ । ମତ୍ସଜୀବୀମାନେ ମାଛଟିକୁ ସମୁଦ୍ର ଭିତରକୁ ଛାଡି ଦେଇଥିଲେ । ପୁଣି ରାତି ପ୍ରାୟ ୭ଟାରେ ସାର୍କଟି ଆସି କୂଳରେ ଲାଗିଥିଲା । କିନ୍ତୁ ସେତେବେଳେ ସାର୍କଟି ମୃତ ଥିବା ଜଣାପଡିଥିଲା ।
Comments are closed.