ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜୋର୍ଦାର ଧରପଗଡ ହୋଇଛି । ୨୪ ଘାଂଟାରେ କୋଟିଏ ଟଙ୍କାରୁ ଅଧିକ ଫାଇନ୍ ଆଦାୟ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୩,୮୭୦ ଜଣଙ୍କ ନାଁ ଚାଲାଣ କଟାଯାଇଛି ।
୩ ଜଣ ବସି ବାଇକ୍ ଚଳାଉଥିବା ବେଳେ ୧୨୬ ଜଣ ଧରାପଡିଛନ୍ତି । ସେହିପରି ମୋବାଇଲରେ କଥା ହେଉଥିବା ବେଳେ ୪୮ଜଣଙ୍କୁ ପୋଳିସ ଧରିଛି । ଅନ୍ୟପଟେ ବିନା ହେଲମେଟ୍ରେ ୧୮୩୧ ଜଣ, ଦ୍ରୁତ ଗାଡି ଚାଳନା ପାଇଁ ୨୭୭ ଜଣ, ମଦ ପିଇ ଗାଡି ଚଳାଉଥିବା ବେଳେ ୨୪ ଜଣ, ବିନା ସିଟ୍ ବେଲ୍ଟରେ ଗାଡି ଚଳାଉଥିବା ୩୪୯ ଜଣଙ୍କଠାରୁ ଫାଇନ ଆଦାୟ କରାଯାଇଛି । ମଦ ପିଇ ଗାଡି ଚଳାଉଥିବା ଲୋକଙ୍କ ବିରୋଧରେ ପୋଲିସ ସିଧା ମାମଲା ରୁଜୁ କରିଛି ।
ଆର୍ଟିଓ ୧,୭୫୮ ଜଣଙ୍କଠାରୁ ୮୮ ଲକ୍ଷ ଟଙ୍କା ଆଦାୟ କରିଛି । ସେହିପରି ପୋଲିସ ୨,୧୧୨ ଜଣଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଆଦାୟ କରିଛି । ଅନ୍ୟପଟେ ଆଜି ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ସିଜ୍ କରାଯାଇଛି । ଉଭୟ ଗାଡି ନାଁରେ ୫୧ ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ ।
BREAKING NEWS
- କମ୍ପିବ ଓଡ଼ିଶା: ବିଜେପିର ଷ୍ଟାର କ୍ୟାମ୍ପେନର କରିବେ ପ୍ରଚାର, ପିପିଲିରେ ରୋଡ୍ ସୋ କରିବେ ଡ୍ରିମ୍ଗର୍ଲ୍
- ପୁଣି ୭୦ ସିନେମା ହଲ୍ ବନ୍ଦ କରିବ ପିଭିଆର୍
- ଆଜି ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ନାକଟିଦେଉଳରେ ଜନସଭାକୁ କରିବେ ସମ୍ବୋଧନ
- ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍: ୧୦ରୁ ଅଧିକ ଅସୁସ୍ଥ, ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ
- ଖରାଦିନେ ଖାଆନ୍ତୁ ଛତୁଆ, ମିଳିବ ଅନେକ ସ୍ଵାସ୍ଥ୍ୟଗତ ଫାଇଦା
- ସୁପ୍ରିମକୋର୍ଟ ବାର ଆସୋସିଏଶନର ଅଧ୍ୟକ୍ଷ ହେଲେ କପିଲ ସିବଲ
- ନିର୍ବାଚନ ବେଳେ ଚିଟଫଣ୍ଡ ପ୍ରସଙ୍ଗ, ଆଭିମୁଖ୍ୟରେ ଆନ୍ତରିକତା ରହିଛି ନା ଭୋଟ୍ ବ୍ୟାଙ୍କ ରାଜନୀତି?
- ୯୯.୭୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ ଛାତ୍ରୀ, ଏବେ ବ୍ରେନ ହେମରେଜ୍ରୁ ମୃତ୍ୟୁ
- ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଜବାବ: ଅସାଧୁ ଉପାୟରେ ଫାଇଦା ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ
- ପୁରୀରେ ରୋଡ୍ ସୋ ପୂର୍ବରୁ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ: ସମ୍ବିତ ପାତ୍ର