Latest Odisha News

BREAKING NEWS

ଆସନ୍ତୁ ଜାଣିବା କାହିଁକି ଛୋଟ ପିଲାଙ୍କ ନିଦ ହଜୁଛି !

ଭୁବନେଶ୍ୱର: ଏବେ ସବୁ ବାପାମାଆଙ୍କ ଅଭିଯୋଗ ତାଙ୍କ ପିଲା ଠିକ୍‌ରେ ଶୋଉ ନାହାନ୍ତି କି ସେମାନଙ୍କୁ ନିଦ ଆସୁନି । ବିଶେଷ କରି ୫ ବର୍ଷରୁ କମ୍ ପିଲା ଏହି ସମସ୍ୟାରେ ପଡୁଛନ୍ତି । ଆମେରିକାର ଜଣେ ଖ୍ୟାତନାମା ଡାକ୍ତର କ୍ୟାଥେରିନ୍ ହିଲ୍ ୩୦,୦୦୦ରୁ ଅଧିକ ପିଲାଙ୍କୁ ନେଇ ଅଧ୍ୟୟନ କରିଥିଲେ । ଆଧୁନିକ ଜୀବନରେ ସବୁ କିଛି ସହଜରେ ହେଇ ଯାଉଥିବାରୁ ପିଲାମାନେ ଏହାର ଶୀକାର ହେଉଛନ୍ତି । ମୋବାଇଲ ଫୋନ ଏହାର ଏକ ମୁଖ୍ୟ କାରଣ ବୋଲି ସେ କହିଛନ୍ତି ।ଖେଳିବା ଓ ଶୋଇବାକୁ ଯିବା ସମୟରେ ଫୋନ ନ ଦେବା ପାଇଁ ସେ ଅଭିଭାବକଙ୍କୁ ପରାମର୍ଶ ଦେଇଛନ୍ତି । ପିଲାମାନେ ଠିକ୍‌ରେ ନ ଶୋଇଲେ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ହେବ ନାହିଁ ବୋଲି ସେ କହିଛନ୍ତି ।

Comments are closed.