Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ #SheInspiresUs ରେ ଓଡିଆ ଲେଖିକା ସୁଲଗ୍ନା ମହାନ୍ତି

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରେରଣାଦାୟୀ ମହିଳାମାନଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା  କ୍ୟାମ୍ପେନ #SheInspiresUs ରେ ସ୍ଥାନ ପାଇଛନ୍ତି ଓଡିଆ ଲେଖିକା ସୁଲଗ୍ନା ମହାନ୍ତି । ଭାରତ ସରକାରଙ୍କ ପକ୍ଷରୁ ‘ସି ଇନସ୍ପାଇରସ ଅସ୍‌’ରେ ସୁଲଗ୍ନାଙ୍କ ସମ୍ପର୍କରେ ଟ୍ୱିଟ୍ କରାଯାଇଛି ।

ଏଥିରେ ସୁଲଗ୍ନା ମହାନ୍ତିଙ୍କୁ ଓଡିଆ ଭାଷା ଓ ସାହିତ୍ୟକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରୋତ୍ସାହିତ କରୁଥିବା ଜଣେ ଓଡିଆ ଲେଖିକା ଓ ଶିକ୍ଷୟିତ୍ରୀ ଭାବେ ଉଲ୍ଲେଖ କରାଯାଇଛି । ଏଥି ସହିତ ଏଚଆଇଭି ପଜିଟିଭ୍ ପିଲାମାନଙ୍କ ପାଇଁ ସେ ଅନୁଦାନ ସଂଗ୍ରହ କରିବାରେ ତାଙ୍କ ଭୂମିକା ନେଇ ପ୍ରଶଂସା କରାଯାଇଛି । ଏଥିପାଇଁ ସୁଲଗ୍ନା ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଏହି ପ୍ରେରଣା ତାଙ୍କୁ ଆହୁରି ଆଗକୁ ଯିବାକୁ ପ୍ରେରିତ କରିବ ବୋଲି କହିଛନ୍ତି ।
ଓଡିଶା ବାହାରେ କାର୍ଯ୍ୟ କରୁଥିବା ସୁଲଗ୍ନା ସୋସିଆଲ ମିଡିଆରେ ଧାରାବାହିକ ଭାବେ ଲେଖିଥିବା ବୁଢୀ ଅସୁରୁଣୀ କାହାଣୀ ବେଶ୍ ଚର୍ଚ୍ଚିତ ଓ ଲୋକପ୍ରିୟ ହୋଇଥିଲା । ପରେ ପରେ ତାଙ୍କ ଗଳ୍ପ ପୁସ୍ତକ ନାଲିଚୁଡା ବେଶ୍ ପ୍ରଶଂସିତ ହେବା ସହ ପାଠକଙ୍କ ଆଦୃତି ଲାଭ କରିଥିଲା ।

Leave A Reply

Your email address will not be published.