Latest Odisha News

BREAKING NEWS

କରୋନା ଭାଇରସ: ଦେଶରେ ଆକ୍ରାନ୍ତ ସଂଖ୍ୟା ୩୧ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ ଆଉ ଜଣେ କରୋନା ଭାଇରସ(କୋଭିଡ-୧୯) ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ଆସିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଥାଇଲାଣ୍ଡ ଓ ମାଲେସିଆ ଗସ୍ତରୁ ଫେରିଛନ୍ତି । ତାଙ୍କୁ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି ଓ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ପିଆଇବିର ଏକ ବିଜ୍ଞପ୍ତିରୁ ଜଣାପଡିଛି । ଏହି ମାମଲା ପରେ ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଛୁଇଁଛି । ଏମାନଙ୍କ ମଧ୍ୟରୁ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଥିବା ଜଣାପଡିଛି ।

ନୂଆ ଆଡଭାଇଜରି ଅନୁସାରେ, ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ସାର୍ବଜନୀନ ଚିକିତ୍ସା ଯାଂଚ ଦ୍ୱାରା ଅତିକ୍ରମ କରିବାକୁ ପଡିବ ।  ପର୍ଯ୍ୟାପ୍ତ ମାତ୍ରାରେ ସ୍କ୍ରିନିଂ ବ୍ୟବସ୍ଥା ସ୍ଥାପନ କରାଯିବା ନେଇ ବିଜ୍ଞପ୍ତିରେ କୁହାଯାଇଛି ।

ଏହାବ୍ୟତୀତ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଡବ୍ଲୁଏଚଓ କରୋନାକୁ ନେଇ ଦିନିକିଆ ରାଷ୍ଟ୍ରୀୟ ସ୍ତରୀୟ ପ୍ରଶିକ୍ଷଣ ଆୟୋଜିତ କରିଛନ୍ତି । ଏଥିରେ ସମସ୍ତ ରାଜ୍ୟର ୨୮୦ଜଣ ସ୍ୱାସ୍ଥ୍ୟ ଅଧିକାରୀ, ରେଳବାଇ, ଅର୍ଦ୍ଧସୈନିକ ବଳଙ୍କୁ ସାମିଲ କରାଯାଉଛି ।

Leave A Reply

Your email address will not be published.