Latest Odisha News

BREAKING NEWS

୯୦ ଦିନ ମଧ୍ୟରେ ଇସ୍ରାଏଲ ବାହାର କରିବ କରୋନା ଭାଇରସର ପ୍ରତିଷେଧକ

ଜେରୁଶଲମ: କରୋନା ଭାଇରାସ ୯୨ରୁ ଅଧିକ ଦେଶରେ ବ୍ୟାପି ସାରିଲାଣି । ଏ ପର୍ଯ୍ୟନ୍ତ ଏହାର କୌଣସି ଔଷଧ କିମ୍ବା ପ୍ରତିଷେଧକ ଟୀକା ବାହାରି ନାହିଁ । ତେବେ ଶନିବାର ଇସ୍ରାଏଲ ସରକାର ୯୦ ଦିନ ମଧ୍ୟରେ ଏହାର ଔଷଧ ତିଆରି ହୋଇଯିବ ବୋଲି ଦୃଢ଼ତା ସହକାରେ କହିଛି । ଏହାର ବିଜ୍ଞାନ ପ୍ରଯୁକ୍ତିକରଣ ମନ୍ତ୍ରୀ ଓଫିର ଅକୁନିସ ଏହା କହିଛନ୍ତି ।

ଦୀର୍ଘ ଦିନ ଧରି ଇନେଫେକ୍ସନ ବ୍ରୋଙ୍କାଇଟିସ ଭାଇରସ (ଆଇବିବି) ଔଷଧ ପାଇଁ ଗବେଷଣା ଚଲାଇଛନ୍ତି । ଏଥିରେ ମଧ୍ୟ ଆମେ ସଫଳ ହୋଇଛୁ । ଏହା ସମସ୍ତ ପ୍ରକାର ଥଣ୍ଡା ଜନିତ ଭାଇରସକୁ ସମୂଳେ ନାଶ କରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ପଶୁଙ୍କ କ୍ଷେତ୍ରରେ ଏହା ପ୍ରୟୋଗ କରାଯିବା ପରେ ମନୁଷ୍ୟଙ୍କ ପାଇଁ ଉଦ୍ଦିଷ୍ଟ ହେବ ବୋଲି ଓଫିର କହିଛନ୍ତି ।

Leave A Reply

Your email address will not be published.