Latest Odisha News

କରୋନା ପ୍ରଭାବ: ଶସ୍ତା ହେଉଛି ଚିକେନ୍ ଦର !

ଭୁବନେଶ୍ୱର: ମାରାତ୍ମକ କରୋନା ଭାଇରସର ପ୍ରଭାବରେ ସାରା ବିଶ୍ୱ ଆତଙ୍କିତ । ଲୋକ ଆତଙ୍କିତ ଥିବା ବେଳେ ଏହାକୁ ନେଇ ଗୁଜବ ମଧ୍ୟ ବଢିଚାଲିଛି ।

କରେନା ଭାଇରସ ଆମିଷ ଦ୍ରବ୍ୟରେ ବ୍ୟପୁଥିବା ନେଇ ଗୁଜବ ପ୍ରଚାରିତ ହେବାପରେ କୁକୁଡ଼ା ମାଂସ ବିକ୍ରି ଆଶାତୀତ ଭାବେ କମିବାରେ ଲାଗିଛି ।

ଏହାର ସିଧାସଳଖ ପ୍ରଭାବ କୁକୁଡ଼ା ଚାଷ ଉପରେ ମଧ୍ୟ ପଡିଛି । ଚାଷୀ ମନେ ବାଧ୍ୟହୋଇ କମଦରରେ କୁକୁଡ଼ା ବିକ୍ରିକରୁଛନ୍ତି ।

କରୋନା ଭୟରେ ଅନେକ ସ୍ଥାନରେ ଚିକେନ୍ ଦର କିଲୋପ୍ରତି ଅନେକ କମିଯାଇଥିବା ବେଳେ ପୁରୀ ଜିଲ୍ଲାର କିଛି ଅଞ୍ଚଳରେ ଚିକେନ ଦର କିଲୋପ୍ରତି ୧୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଚିକେନ ଦର ଶସ୍ତା ହୋଇଥିବା ନଜରକୁ ଆସିଥିଲା ।

Comments are closed.