Latest Odisha News

ଆସନ୍ତୁ ଜାଣିବା ଜ୍ୟାକି ତାଙ୍କ ପୁଅ ନାମ କାହିଁକି ଟାଇଗର ରଖିଲେ

ମୁମ୍ବାଇ: ନିକଟରେ ବାଗୀ-୩ ଫିଲ୍ମ ରଲିଜ ହେବା ସହ ଆଭରେଜ ଧରଣର ବ୍ୟବସାୟ ଜାରି ରଖିଛି । ଏହି ଫିଲ୍ମରେ ବାପା ଜ୍ୟାକି ଶ୍ରଫ ଓ ପୁଅ ଟାଇଗର ପ୍ରଥମ ଥର ପାଇଁ ଏକତ୍ର କାମ କରୁଛନ୍ତି । ପରିବାର ସଦସ୍ୟଙ୍କ ସହ ସ୍କ୍ରିନ ଶେୟାର କରିବା ନିଶ୍ଚିତ ଭାବେ ଖୁସିର କଥା ବୋଲି ଜ୍ୟାକି କହିଛନ୍ତି । ଏହି ଅବସରରେ ସେ କାହିଁକି ପୁଅ ନାମ ଟାଇଗର ରଖିଲେ ସେ ବିଷୟରେ କହିଥିଲେ । ଛୋଟ ପିଲା ବେଳେ ସେ ସବୁବେଳେ ନଖରେ ମୋ ଆଖିକୁ ରାମ୍ପୁଡି ଥାଏ । ଆଖିକୁ ସବୁବେଳେ ଖାଇବା ପାଇଁ ଚେଷ୍ଟା କରିଥାଏ । ବୋଧହୁଏ ସେ ଭାବି ନେଇଥିଲା ଆଖି ଗୋଟୋ ଖାଇବା ଜିନିଷ । ବାରମ୍ବାର ଏପରି କରିବାକୁ ତାର ନାମ ମୁଁ ଟାଇଗର ରଖିଥିଲି । ବର୍ତମାନ ଭାବୁଛି ଟାଇଗର ନାଁ ତା ପାଇଁ ପ୍ରକୃତରେ ପ୍ରଯୁଯ୍ୟ ଥିଲା ବୋଲି ଜ୍ୟାକି କହିଛନ୍ତି ।

Comments are closed.