ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ନେଇ ସରକାର ଆଜି ପ୍ରଥମ ଥର ପାଇଁ ତଥ୍ୟ ସହ ମୁହଁ ଖୋଲିଛି । ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏ ନେଇ ସରକାର ପକ୍ଷରୁ ନିଆ ଯାଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ କହିବା ସହ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଆମେ ହୋଲି ପରେ ଏ ନେଇ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିଲୁ । ହିଂସାରେ ହିନ୍ଦୁ କିମ୍ବା ମୁସଲମାନ ନୁହେଁ ୫୨ ଭାରତୀୟଙ୍କ ମୃତୁ୍ୟ ଘଟିଛି । ୫୨୬ ଆହତ ଓ ୩୦୦ରୁ ଊଦ୍ଧ୍ୱର୍ ଘର ପୋଡା ଯାଇଛି । ଉତରପ୍ରଦେଶରୁ ୩୦୦ ଅପରାଧୀ ଦିଲ୍ଲୀରେ ପ୍ରବେଶ କରି ଅଶାନ୍ତି କରିଥିଲେ । ୬୦ ସୋସିଆଲ ମିଡିଆ ଆକଂଉଟ ୨୨ ଫେବୃୟାରୀରେ ତିଆରି ହୋଇଥିଲା । ୨୬ରେ ଏହି ସବୁ ଆକାଂଉଟ ବନ୍ଦ ହୋଇଥିଲା । ୭୦୦ ରୁ ଊଦ୍ଧ୍ୱର୍ ଏଫଆଇଆର ରୁଜୂ କରାଯାଇଥିବା ବେଳେ ୨୬୪୭ ଲୋକ ଗିରଫ ହୋଇଛନ୍ତି । ଏହି ଅବସରରେ ସେ ଦିଲ୍ଲୀ ପୋଲିସର ଉଦ୍ୟମକୁ ପ୍ରଶଂସା କରିଥିଲେ । ୩୬ ଘଂଟା ମଧ୍ୟରେ ପୋଲିସ ଦଙ୍ଗା ଉପରେ କାବୁ ପାଇଥିଲା । ଏହି ଅବସରରେ ବିରୋଧୀକୁ ସମାଲୋଚନା କରିବା ସହ ଭାରତୀୟ ଇତିହାସର ୭୬ ପ୍ରତିଶତ ଦଙ୍ଗା କଂଗ୍ରେସ ସରକାର ବେଳେ ହୋଇଥିଲା ବୋଲି ଶାହ କହିଛନ୍ତି ।
BREAKING NEWS
- ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ
- ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ
- ପର୍ଥ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ: ଯଶସ୍ୱୀ, ରାହୁଲଙ୍କ ଅର୍ଦ୍ଧଶତକ
- ଖୁବ ଶୀଘ୍ର କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ମନ୍ତ୍ରୀ
- କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ
- ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା; ଗିରଫ ସଂଖ୍ୟା ୧୯କୁ ବୃଦ୍ଧି
- ଗୋଷ୍ଠୀଗତ ହିଂସାରେ ଜଳୁଛି ଖୈବର ପଖତୁନଖୱା, ୨୪ ଘଣ୍ଟାରେ ଗଲାଣି ୧୮ରୁ ଅଧିକ ଜୀବନ
- ମାଆ ବିରଜାଙ୍କ ନାଁରେ ବଡ଼ ଲଢେଇ !
- ମହାୟୁତିର ‘ମହା’ବିଜୟ ପଛର ବଡ଼ କାରଣ
- ଜାଣନ୍ତୁ ଶୀତରେ କିପରି କରିବେ ବାଦାମର ସେବନ, ୮୦ ପ୍ରତିଶତ ଲୋକ କରିଥାନ୍ତି ଏହି ଭୁଲ୍?
Comments are closed.