Latest Odisha News

ଫ୍ଲୋର ଟେଷ୍ଟ ପାଇଁ ବିଜେପିର ଦାବୀ

ଭୋପାଳ: ମଧ୍ୟପ୍ରଦେଶର ସରକାର ଗଠନ କରିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି । ଅପରପକ୍ଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥନ ଇସ୍ତଫା ଦେବା ପରେ କଂଗ୍ରେସ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ମାର୍ଚ୍ଚ ୧୬ରେ ବିଜେପି ବିଧାନସଭାରେ ଫ୍ଲୋର ଟେଷ୍ଟ କରିବା ପାଇଁ ଦାବୀ କରିଛି । କଂଗ୍ରେସର ୨୨ ଜଣ ବିଧାୟକ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବାର ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ଦଳ ବିଦ୍ରୋହୀ ବିଧାୟକଙ୍କ ଯୋଗାଯୋଗରେ ରହିଛି।

ଅନ୍ୟପକ୍ଷରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ଆସନ୍ତା ୧୬ ତାରିଖରେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଦାବି କରିବ ବୋଲି ମଧ୍ୟ ଜଣାପଡ଼ିଛି। ମଙ୍ଗଳବାର ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରରୁ ଇସ୍ତଫା ଦେଇଥିଲେ। ଏହାପରେ ଦଳର ୨୨ ଜଣ ବିଧାୟକ ମଧ୍ୟ ନିଜ ପଦରୁ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ। ବିଜେପିର ମଧ୍ୟପ୍ରଦେଶ ଚିଫ୍ ହ୍ୱିପ ନରୋତ୍ତମ ମିଶ୍ରା କହିଛନ୍ତି, ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି, ଆମେ ରାଜ୍ୟପାଳ ଓ ବାଚସ୍ପତିଙ୍କୁ ଫ୍ଲୋର ଟେଷ୍ଟ କରିବାକୁ ଦାବି କରିବୁ। ଆସନ୍ତା ୧୬ରେ ଫ୍ଲୋର ଟେଷ୍ଟ ହେବା ଦରକାର। କାରଣ ରାଜ୍ୟର ବଜେଟ ଅଧିବେଶନ ୧୬ ତାରିଖରେ ଆରମ୍ଭ ହେଉଛି। ରାଜ୍ୟପାଳ ଓ ବାଚସ୍ପତିଙ୍କ ନିକଟରେ ୨୨ ବିଧାୟକଙ୍କ ଇସ୍ତଫାପତ୍ର ରହିଛି। ତେଣୁ ସେମାନେ ପରବର୍ତ୍ତୀ ନିଷ୍ପତ୍ତି ନେବେ।

Comments are closed.