Latest Odisha News

ଖୁବଶୀଘ୍ର ବଢିପାରେ ମୋବାଇଲ୍ ଇଣ୍ଟରନେଟ୍ ଦର !

ନୂଆଦିଲ୍ଲୀ: ଭାରତରେ ମୋବାଇଲ୍ ୟୁଜର୍ସମାନେ ଅଳ୍ପ ଶସ୍ତାରେ ଇଣ୍ଟରନେଟର ମଜା ଉଠାଉଥିବା ବେଳେ ଏବେ ଏହାର ମୂଲ୍ୟ ବଢିପାରେ ।

ଋଣଭାରରେ ଚାପଗ୍ରସ୍ତ ଥିବା ଟେଲିକମ କମ୍ପାନୀମାନେ ଖୁବଶୀଘ୍ର ମୋବାଇଲ୍ ଇଣ୍ଟରନେଟ୍ ଦର ବୃଦ୍ଧି କରିବାକୁ ଯାଉଛନ୍ତି । ଏନେଇ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସୂଚନା ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସମୟରେ ଦେଶରେ ମୋବାଇଲ ଗ୍ରାହକଙ୍କୁ ୪ଜି ଡାଟାକୁ ପ୍ରତି ଜିବି ପିଛା ୩.୫ ଟଙ୍କା ହିସାବରେ ଖର୍ଚ୍ଚ କରିବାକୁ ପଡୁଛି । ଯଦି ଟେଲିକମ୍ କମ୍ପାନୀମାନେ ଏହି ଦରରେ ବୃଦ୍ଧି କରନ୍ତି, ତାହେଲେ ଏବାବଦକୁ ଗ୍ରାହକମାନଙ୍କୁ ୫ରୁ ୧୦ ପ୍ରତିଶତ ଅଧିକ ଅର୍ଥ ଦେବାକୁ ପଡିବ ।

ଆହୁରି ମଧ୍ୟ ଭୋଡାଫୋନ୍‌-ଆଇଡିଆ ଡାଟା ପିଛା ଅତି କମରେ ୩୫ ଟଙ୍କା କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ଏୟାରଟେଲ୍ ଓ ରିଲିଆନ୍ସ ଜିଓ ଯଥାକ୍ରମେ ୩୦ ଏବଂ ୨୦ ଟଙ୍କା କରିବାକୁ ପ୍ରସ୍ତାବ ଦେଇଛି ।

Comments are closed.